ଭୁବନେଶ୍ଵର, ରାଜ୍ୟର କେତେକ ସ୍ଥାନରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି ।
କଟକ, ପାରାଦୀପ, ଖୋର୍ଦ୍ଧା, ଚାନ୍ଦବାଲି, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଢେଙ୍କାନାଳରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା କଟକରେ ୫୦ ମିଟର, ପାରାଦୀପରେ ୫୦ ମିଟର, ଖୋର୍ଦ୍ଧାରେ ୫୦ ମିଟର, ଚାନ୍ଦବାଲିରେ ୧୦୦ ମିଟର, ଜଗତସିଂହପୁରରେ୧୦୦ ମିଟର, କେନ୍ଦ୍ରାପଡାରେ ୧୦୦ ମିଟର ଏବଂ ଢେଙ୍କାନାଳରେ୧୫୦ ମିଟର ରହିଛି ।
ସେହିପରି ଅନୁଗୁଳ, ଭୁବନେଶ୍ଵର, ବାରିପଦା, କେନ୍ଦୁଝର ଏବଂ ପୁରୀରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ରହିଛି ଅନୁଗୁଳରେ ୨୦୦ ମିଟର, ଭୁବନେଶ୍ଵରରେ ୩୫୦ ମିଟର, ବାରିପଦାରେ ୫୦୦ ମିଟର, କେନ୍ଦୁଝରରେ ୬୦୦ ମିଟର ଏବଂ ପୁରୀରେ ୮୦୦ ମିଟର ରହିଛି ।