କଟକ, କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଓ ଏକ ଶିଶୁର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସାବତ ପୁଅର ତଂଟି କାଟି ହତ୍ୟା ପରେ ମା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଅନ୍ୟପକ୍ଷରେ ଘଟଣା ପରେ ମୃତ ମହିଳାଙ୍କ ଶାଶୁଘର ଓ ବାପଘର ଲୋକ ପରସ୍ପରକୁ ଆରୋପ, ପ୍ରତ୍ୟାରୋପ କରିଛନ୍ତି । ଗୋଟିଏ ପଟେ ପତ୍ନୀ ଓ ପୁଅର ମୃତ୍ୟୁ ନେଇ ଶ୍ଵଶୁର ଘରକୁ ଦାୟୀ କରିଛନ୍ତି ସ୍ଵାମୀ । ସେପଟେ ଝିଅର ମୃତ୍ୟୁ ପାଇଁ ତାଙ୍କ ଶାଶୁଘର ଲୋକଙ୍କୁ ଦାୟୀ କରିଛନ୍ତି ବାପଘର ଲୋକେ । ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । କଟକ ଡିସିପି ପିନାକ ମିଶ୍ର ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।