କନ୍ଧମାଳ, କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଆକ୍ସନ ମୋଡକୁ ଆସିଛି ବନବିଭାଗ । ଘଟଣାରେ ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗାଁର ବୁଲୁ ମଲିକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଜଙ୍ଗଲରେ ଏମାନେ ବାର୍ହା ଶିକାର ପାଇଁ ତାର ବିଛାଇଥିଲେ । ହେଲେ ଏଥିରେ ବାର୍ହା ବଦଳରେ ହାତୀ ଲାଗିଯିବା ଫଳରେ ତାର ମୃତ୍ୟୁ ହୋଇଛି । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲ ବନବିଭାଗ । ହାତୀ ମୃତ୍ୟୁର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଏଫ୍ଓ ପ୍ରଶାନ୍ତ ପଟେଲ । ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।