
-
ବଲାଙ୍ଗୀରକୁ ହରାଇ ସାରଙ୍ଗଡ଼ ଚମ୍ପିୟାନ
କନ୍ଧମାଳ, କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ହାଇସ୍କୁଲ ପଡ଼ିଆ ଠାରେ ସାରଙ୍ଗଡ଼ ଫୁଟବଲ ଓ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ନବମ ରାଜ୍ୟସ୍ତରୀୟ ସାରଙ୍ଗଡ଼ ଫୁଟବଲ୍ ଚ୍ୟାଲେଞ୍ଜ କପ୍-୨୦୨୩ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳ ଭାଗ ନେଇଥିବା ବେଳେ ବଲାଙ୍ଗୀର ଓ ସାରଙ୍ଗଡ଼ ରଜତ ଫୁଟବଲ ଟିମ୍ ଫାଇନାଲକୁ ପ୍ରବେଶ କରିଥିଲେ । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ସାରଙ୍ଗଡ଼ ରଜତ ଫୁଟବଲ୍ ଟିମ୍ ୧-୦ରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିବା ବେଳେ ବଲାଙ୍ଗୀର ଫୁଟବଲ ଟିମ୍ ରନର୍ସ ଅପ୍ ହୋଇଛି । ଚମ୍ପିୟାନ ଦଳକୁ ଟ୍ରଫି ସହ ୧୭ ହଜାର ୧୭ ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୧ହଜାର ୧୧ ଟଙ୍କା ଅର୍ଥରାଶି ଆୟୋଜକ କମିଟି ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଛି। ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି ମିଳିମିଶି ସାରଙ୍ଗଡ଼ ଅଞ୍ଚଳବାସୀ ଶାନ୍ତି ଶୃଙ୍ଖଳାର ସହ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାବେଳେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ସର୍ବ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ଘନ କୁମାର ଶବର, କ.ନୁଆଗାଁ ସାଂସଦ ପ୍ରତିନିଧି ସହଦେବ ପାତ୍ର,୧ ନମ୍ବର ଯୋନ୍ ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲ୍ଲିକ ଯୋଗଦେଇଥିଲେ ।
କମିଟିର ସଭାପତି ସତ୍ୟବାନ ପ୍ରଧାନ, ଉପସଭପତି ପୁରସ୍ତମ୍ ସାହୁ, ସମ୍ପାଦକ ତ୍ରିନାଥ ଠାକୁର ବିଶୋଇ, ସହ ସମ୍ପାଦକ ପିତବାଶ ବିଶୋଇ, ଭୁଲେଶ୍ଵର ପ୍ରଧାନ, କୋଷାଧ୍ୟକ୍ଷ ବିମଲ କୁମାର ବିଶୋଇ, ସଂଯୋଜକ ରାକେଶ କୁମାର କୋଠଦଲାଇ, ପରାମର୍ଶଦାତା ସହଦେବ ପାତ୍ର, ଦାନରା ପ୍ରଧାନ, ବିସିକେସନ ପ୍ରଧାନ, ରୋହିତସ୍ଵ ନାୟକ, ରାଜେନ୍ଦ୍ର କୁମାର ତ୍ରିପାଠୀ, ବସନ୍ତ ପୂଜାରୀ, ମହାଦେବ ପ୍ରଧାନ, ସାରଙ୍ଗଡ଼ ସରପଞ୍ଚ ବରୁଣ କହଁର, ବଣ୍ଗଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ, ଜିରିଡ଼ିକିଆ ସରପଞ୍ଚ ସ୍ମୃତି ରାଜକୁମାରୀ ପ୍ରଧାନ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସାରଙ୍ଗଡ଼, ବଣ୍ଡଗୁଡ଼ା ଓ ଜିରିଡ଼ିଆ ପଞ୍ଚାୟତବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶ୍ୟାମ ସୁନ୍ଦର ସାହା ମୁଖ୍ୟ ରେଫରୀ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ସ୍ଥାନୀୟ ରେଫରୀ ବନ୍ଧୁ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।