
ଭୁବନେଶ୍ୱର, ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପୁଣି କୋଭିଡ୍ ଟିକାଦାନ ଅଭିଯାନ ଆରମ୍ଭ ହେବ । ପୂର୍ବ ପରି ଗ୍ରାମାଂଚଳ ଓ ସହରାଂଚଳରେ ନିର୍ଦ୍ଧାରିତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟିକା ଦିଆଯିବ । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିସିଲ୍ଡ ଉପଲବ୍ଧ ହେବ । ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତି ଟିକା ନେଇପାରିବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।