ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ରାମଚନ୍ଦ୍ରପୁର କୋରା ଭବନ ଠାରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟିକ ରଜନୀକାନ୍ତ ପାଢ଼ୀ ପାର୍ଟି ପତାକାକୁ ଉତୋଳନ କରିଥିଲେ । ଏହାପରେ ବରିଷ୍ଠ ସିପିଆଇ ନେତା ବଳରାମ ଗୌଡ଼ଙ୍କ ସଭାପତିତ୍ଵରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇ ଦେଶ ଏବଂ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଉଦବୋଧନ ଦେଇଥିଲେ । ଚାଷୀ ମୂଲିଆଙ୍କ ସ୍ଵାର୍ଥ ରକ୍ଷା ପାଇଁ କମ୍ୟୁନିଷ୍ଟ ମାନେ ସ୍ଵର ଉତୋଳନ କରିବାକୁ ସେ ଆହ୍ଵାନ ଦେଇଥିଲେ ।
ଜୋନାଲ କମିଟି ସମ୍ପାଦକ ପଚାଂନନ ସ୍ଵାଇଁ, ଭୀମସେନ ସ୍ଵାଇଁ, ଶିବରାମ ପାଣିଗ୍ରାହୀ, ଗୋପାଳକୃଷ୍ଣ ମହାରଣା, ଟୁକୁନା ଗୌଡ଼, ଲଡ଼ୁ ସେଠୀ, ବିଦ୍ୟାଧର ସ୍ଵାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୫ଟି ସିପିଆଇ ଶାଖାର ସମ୍ପାଦକ ରୂପେ ଭୀମସେନ ସ୍ଵାଇଁ ଏବଂ ରବିନ୍ଦ୍ର କୁମାର ମହାରଣା ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।