
କନ୍ଧମାଳ,ଅସହାୟ ବ୍ଯକ୍ତିଙ୍କ ଶବ ସତ୍କାର କରିଛି ଟିମ୍ ହ୍ୟୁମାନିଟି କନ୍ଧମାଳ। ଗତ ଶୁକ୍ରବାର ସକାଳେ ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡି ଗ୍ରାମରେ ଜଣେ ବୃଦ୍ଧ ଶୌଚହୋଇ ଯିବାବେଳେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ମୃତ ବୃଦ୍ଧ ଜଣକ ହେଉଛନ୍ତି ନିମାଇଁ ଚରଣ ସାହୁ (୯୦)। ତାଙ୍କ ଦୁଇ ଶିକ୍ଷିତ ପୁଅ ଅଛନ୍ତି। ହେଲେ ଦୀର୍ଘ ସମୟ ଧରି ଶବଟି ସେହି ସ୍ଥାନରେ ହିଁ ପଡ଼ି ରହିଥିଲା। ଶେଷରେ ଉଦ୍ଧାର ପାଇଁ କେହି ନ ଆସିବାରୁ ସ୍ଥାନୀୟ ଲୋକେ ଏବଂ ସଦର ଥାନା ଅଧିକାରୀ ଟିମ୍ ହ୍ୟୁମାନିଟିକୁ ଖବର ଦେଇଥିଲେ। ଖବର ପାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ଵେବଛେଦ ପାଇଁ ଫୁଲବାଣୀ ଆଣିବା ସହ ଶେଷ କୃତ୍ୟ ସମ୍ପର୍ଣ୍ଣ କରିଥିଲେ ଟିମ୍ ହ୍ୟୁମାନିଟିର ସଦସ୍ୟ । ହେଲେ ମୃତକଙ୍କ ପରିବାର ଲୋକେ କେହି ଆସିନଥିଲେ ସଦର ଥାନା ଅଧିକାରୀ ଏବଂ ଗ୍ରାମବାସି ଟିମ୍ ହ୍ୟୁମାନିଟି କନ୍ଧମାଳକୁ ସହଯୋଗ ମାଗିଥିଲେ।। ଏଭଳି ଏକ ଅଭାବନୀୟ ପରିସ୍ଥିତିକୁ ବୁଝିବା ପରେ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ରାଜୀବ ନେତ୍ର ପଟ୍ଟନାୟକ, ଅନୁପ ବିକ୍ରମ ପାତ୍ର, ଅରବିନ୍ଦ ବେହେରା, ରବୀନ୍ଦ୍ର ମହାରଣା, ସମସ୍ତ ପ୍ରସ୍ତୁତି କରି ନିକଟସ୍ଥ ସ୍ମଶାନକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।