ଭବାନୀପାଟଣା, କଳାହାଣ୍ଡି ଉତ୍ସବର ଅବ୍ୟବହିତ ପୂର୍ବରୁ ମଶାଲ ଶୋଭାଯାତ୍ରା କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ବରୀ ପୀଠରୁ ଏକ ବିଶାଳ ସାଂସ୍କ୍ରୁତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରି ଉତ୍ସବସ୍ଥଳରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ପୂଜା ସହିତ ଉତ୍ସବର ଉଦଘାଟନ ହୋଇଥିଲା। ଏହି ମଶାଲ ଏବଂ ବିଶାଳ ସାଂସ୍କ୍ରୁତିକ ଶୋଭାଯାତ୍ରାରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ସଦର ବିଧାୟକ ପ୍ରଦୀପ କୁମାର ନାଏକଙ୍କ ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମଶାଲ ସବକମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।
ରାଜ୍ୟ ତଥା ରାଜ୍ୟ ବାହାରର ୪୦ରୁ ଅଧିକ ବିଭିନ୍ନ ସାଂସ୍କ୍ରୁତିକ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।