
ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଦିନ ସେନା ଦିବସ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସେନା ଦିବସ ଅବସରରେ ଭାରତୀୟ ସେନାର ଜବାନ ମାନଙ୍କର ବଳିଦାନର ଅଗଣିତ କାହାଣୀକୁ ମନେ ପକାଇବା । ସେମାନେ ସର୍ବଦା ଶୌର୍ଯ୍ୟ ଓ ସାହସ ସହିତ ସୀମାରେ ରହିଥାନ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମର ରକ୍ଷାକର୍ତା ସାଜିଥାନ୍ତି । ଏହି ଅବସରରେ ଭାରତୀୟ ସେନା ଓ ତାଙ୍କ ପରିବାରକୁ ନମନ କରୁଛି ।