
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ବାଙ୍କୀ,କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଧର୍ମ ପରାୟଣ ତଥା ସମାଜ ସେବୀ ଶରତ କୁମାର ଦାସଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା |ଏହି ସ୍ମୃତି ଚାରଣ ଅବସରରେ ନୃସିଂହ ଚରଣ ପ୍ରତିହାରୀ, ସତ୍ୟବାଦୀ ପାଣିଗ୍ରାହୀ, ସୁରେନ୍ଦ୍ର ପାଣି ,ହରିବନ୍ଧୁ ପଣ୍ଡା, ଅରୀକ୍ଷିତ ଦାସ,ପ୍ରତାପ ଚନ୍ଦ୍ର ମହାନ୍ତି ସ୍ମୃତି ଚାରଣ କରିଥିଲେ |
ଦିବଗନ୍ତ ଶ୍ରୀଦାସଙ୍କ ଜୀବନି ଓ ଗୁଣାବଳୀ ଉପରେ ସ୍ମୃତି ଚାରଣ କରି ସେ ଜଣେ ଧର୍ମ ପରାୟଣ ତଥା ଜଣେ ଭଲ ସମାଜ ସେବୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ |ଏହି ଅବସରରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା |
ସ୍ମୃତି ଚାରଣ ସଭାରେ ବରପୁଟ ଗ୍ରାମ ପଞ୍ଚାୟତର ଭାଗିରଥି ପ୍ରଧାନ, ବୁଧେଶ୍ୱର ସ୍ୱାଇଁ, ସୁଦାମ ଖଟୁଆ,ସଦାଶିବ ଦାସ,ଅଜୟ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଭୁବନାନନ୍ଦ ପଣ୍ଡା,ପୁତ୍ର ସଞ୍ଜିବ କୁମାର ଦାସ,ପୁତ୍ର ସରୋଜ କୁମାର ଦାସ, ଜୟପ୍ରକାଶ ମିଶ୍ର, ରଘୁନାଥ ସ୍ୱାଇଁ, ଯଦୁମଣି ରଣା,ଦାଶରଥି ତ୍ରିପାଠୀ, ଭଣଜା ପ୍ରତାପ କୁମାର ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ଲକ୍ଷ୍ମୀଧର ମହାରଣା,ପ୍ରଶାନ୍ତ ମହାନ୍ତି,ଦିଲ୍ଲୀପ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ |ଏହି ସଭାକୁ ଶିକ୍ଷକ ବିଜୟ କୁମାର ମହାନ୍ତି ପରିଚାଳନା କରିଥିଲେ |