
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ଯଦି ପରିଚାଳନା କମିଟି କାର୍ଯ୍ୟକାରୀ ହେଉନି। ଯଦି ମୁଖ୍ୟ ପ୍ରଶାସକଙ୍କ ଘୋଷଣା ପାଣିର ଗାର। ଯଦି ଶ୍ରୀଜଗନ୍ନାଥ ସଂସ୍କୃତି ର ବିକାଶ ହେଉନାହିଁ, ତେବେ କାହିଁକି ହୁଣ୍ଡି ଦାନବାକ୍ସ। ଏଭଳି ଅଭିଯୋଗ ନେଇ ଆଜି ଓଡିଶା ଯୁବ ଚେତନା ସଂଗଠନ ଓ ଓଡ଼ିଶା ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ପକ୍ଷରୁ ରାଜ୍ୟ ସଭାପତି ବଦ୍ରି ମିଶ୍ର ରାଜ୍ୟ ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଛନ୍ତି ।ଏକ ସ୍ମାରକ ପତ୍ର ପ୍ରଦାନ କରି ଶ୍ରୀମିଶ୍ର ଜଣାଇଛନ୍ତି ଯେ ୨୦୧୩ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯାନିଯାତ୍ରା, ରୀତି -ନୀତି, ନୃତ୍ୟ -ସଂଗୀତ ର ପ୍ରଚାର ପ୍ରସାର ପାଇଁ ଏକ ଏଫ୍ ଏମ୍ ରେଡ଼ିଓ ଷ୍ଟେସନ ଖୋଲିବାକୁ ନିଷ୍ପତି ନେଇଥିଲେ। ତତ୍କାଳୀନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ରେଡ଼ିଓ ପାଇଁ କମିଟି ଗଠନ କରିଥିଲେ।ଯାହା ଦୀର୍ଘ ଦଶବର୍ଷ ମଧ୍ୟରେ ଥରେ ବି ବସିପାରିଲା ନାହିଁ। ବାରମ୍ବାର ଘୋଷଣା ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁଚିକର ଭଜନ ହେଲାନାହିଁ।ଏଣୁ ଯଦି ହୁଣ୍ଡି ଟଙ୍କା ଏସବୁ ରେ ବ୍ୟବହାର ନହୋଇ ବ୍ୟାଙ୍କ ରେ ରଖାଯାଏ , ତେବେ ହୁଣ୍ଡି ମାଧ୍ୟମରେ ଭକ୍ତଠାରୁ ଦାନଗ୍ରହଣ ବନ୍ଦ କରାଯାଉ। ଜନପ୍ରିୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଶ୍ରୀମିଶ୍ର ଜଣାଇଛନ୍ତି।