-
ନିରପେକ୍ଷତା, ଦକ୍ଷତା, ଉତ୍ତର ଦାୟିତ୍ଵ ଓ ସହଭାଗିତା ହେଉଛି ସୁଶାସନ ର ଲକ୍ଷଣ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ପଲ୍ଲୀ ସଭା ଓ ଗ୍ରାମ ସଭା ହେଉଛି ଗଣତନ୍ତ୍ରର ଆତ୍ମା।ଗ୍ରାମର ସମସ୍ତ ସାବାଳକ ପଲ୍ଲୀ ସଭା ଓ ଗ୍ରାମ ସଭାରେ ଅଂଶଗ୍ରହଣ କରି ନିଷ୍ପତ୍ତି ଗ୍ରହଣ ଓ କାର୍ଯ୍ୟ କାରିତାରେ ଭାଗନେଲେ ସୁଶାସନ ପ୍ରତିଷ୍ଠା ହୋଇପାରିବ ବୋଲି ଖଣ୍ଡୁଆଳପୁର ସ୍ଥିତ ଚିଲିକା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ କର୍ମଶାଳାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି।ରିଜିଓନାଲ ସେଣ୍ଟର ଫର୍ ଡେଭଲପମେଣ୍ଟ କୋପରେସନ୍ , ଚିଲିକା ତରଫରୁ ଆୟୋଜିତ ଏହି କର୍ମଶାଳାରେ ଆଇନଜୀବୀ ଦିଗମ୍ବର ବେହେରା ଅଧ୍ୟକ୍ଷତା କରିଥିଲେ।ଏହି କର୍ମଶାଳାରେ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ପୂର୍ଣଚନ୍ଦ୍ର ଗଡୁ, ଅରଖକୁଦା ସରପଞ୍ଚ ମମତା ବେହେରା, ପଞ୍ଚାୟତ ଅଧିକାରୀ ରବୀନ୍ଦ୍ର ପ୍ରଧାନ,ମାଣିକ ସମିତି ସଭ୍ୟ ସର୍ବେଶ୍ଵର ଜେନା, ନାରୀନେତ୍ରୀ ସୀତା ରାଣୀ ଦାସ,ଏମ୍ବିକେ ପୁଷ୍ପାଞ୍ଜଳି ପଲାଇ,କୁସୁମ ଘଡାଇ ପ୍ରମୁଖ ଯୋଗଦେଇ ପଲ୍ଲୀ ସଭା ଓ ଗ୍ରାମ ସଭାରେ ସ୍ଥାନୀୟ ଜନସାଧାରଣଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁଶାସନ ପାଇଁ ସବୁ ସ୍ତରରେ ନିରପେକ୍ଷତା, ଦକ୍ଷତା, ଉତ୍ତର ଦାୟିତ୍ଵ ଓ ଜନସହଭାଗିତା ଜରୁରୀ ବୋଲି ସେମାନେ କହିଥିଲେ ।ସଚେତନ ଓ ସଜାଗ ନାଗରିକ ହିଁ ଶାସନରେ ଥିବା ଦୋଷ ତ୍ରୁଟିକୁ ସଜାଡ଼ି ପାରିବ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ଗଣତନ୍ତ୍ରର ଚାରି ସ୍ତମ୍ଭ ହେଉଛି ବ୍ୟବସ୍ଥାପିକା,ପ୍ରଶାସନ, ନ୍ୟାୟ ପାଳିବା ଓ ପ୍ରେସ୍। ଏମାନଙ୍କ ମଧ୍ୟରେ ସମ୍ମନ୍ୱୟ ରହିଲେ ଲୋକେ ସହଜରେ ଓ ସୁବିଧା ରେ ନ୍ୟାୟ ପାଇ ପାରିବେ ବୋଲି କର୍ମଶାଳା ରେ ସହମତି ପ୍ରକାଶ ପାଇଛି। ନଚେତ୍ ମୁଷ୍ଟିମେୟ ଲୋକେ ବିକାଶ ନାମରେ ଜନତାଙ୍କୁ ଲୁଟି ଚାଲିଥିବେ ଓ ସରକାରୀ ଯୋଜନା ଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ହୋଇ ପାରିବ ନାହିଁ।ପ୍ରାରମ୍ଭରେ ସମାଜସେବୀ ବିଷ୍ଣୁପ୍ରିୟା ସ୍ୱାଇଁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମାଜସେବୀ ଉମାକାନ୍ତ ମହାନ୍ତି କର୍ମଶାଳାର ସଂଯୋଜନା କରିଥିଲେ। ସଞ୍ଜୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ବହୁ ପଞ୍ଚାୟତ ପ୍ରତିନିଧିଙ୍କ ସମେତ, ସରକାରୀ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ଓ ଆଞ୍ଚଳିକ ଗୋଷ୍ଠୀ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।