
ଖୋର୍ଦ୍ଧା, ଚିଲିକା ମଝିରେ ଫସିଲା ଡ଼ଙ୍ଗା । ଆଜି ସକାଳେ କୃଷ୍ଣପ୍ରସାଦ ଗଡ଼ରୁ ୨୦ ଜଣ ଯାତ୍ରୀଙ୍କୁ ନେଇ ଏକ ଡ଼ଙ୍ଗା କାଳୀଯାଇ ଅଭିମୁଖେ ଆସୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଦୀର୍ଘ ସମୟ ଧରି ଚିଲିକା ମଝିରେ ଫସି ରହିଥିଲା । ଶ୍ରଦ୍ଧାଳୁ ମାନେ ମକର ମେଳା ଦେଖିବାକୁ କାଳୀଜାଇ ପୀଠକୁ ଯାଉଥିବା ବେଳେ ଏଭଳି ସ୍ଥିତି ଉପୁଜିଥିଲା । ପରେ ପାଗରେ ପରିବର୍ତନ ହେବାରେ ଡ଼ଙ୍ଗାଟି ସୁରକ୍ଷିତ ଭାବେ କାଳୀଯାଇ ପୀଠରେ ପହଂଚିଥିଲା ।