ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଅଟ୍ରି ଠାରେ ମକର ଉତ୍ସବ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ଅଟ୍ରି ମକର ମେଳା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ କଟକଣା ହଟିଥିବାରୁ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପରମ୍ପରା ଅନୁସାରେ ନିଃସନ୍ତାନ ମାନସିକଧାରୀ ମହିଳା ମାନେ ଆଜିର ଦିନରେ ଏଠାରେ ଥିବା ସ୍ଵତନ୍ତ୍ର କୁଣ୍ଡ (ଦହଲ କୁଣ୍ଡ)ରୁ ଗୁଆ ଖୋଜି ବାବା ହଟକେଶ୍ଵରଙ୍କୁ ଦର୍ଶନ କରି ଫେରିଥାନ୍ତି । ସପ୍ତାହବ୍ୟାପୀ ଏହି ମେଳା ଅନୁଷ୍ଠିତ ହେବ । ପୂଜକଙ୍କ ଦ୍ଵାରା ବାବା ହଟକେଶ୍ଵରଙ୍କ ମକର ସଂକ୍ରାନ୍ତୀର ସ୍ଵତନ୍ତ୍ର ରୀତିନୀତି ସମାପନ ହୋଇଛି ।
ଲୋକକଥା ଅନୁଯାୟୀ, ଉଷ୍ମପ୍ରସ୍ର ବଣ ଜଳ କୁଣ୍ଡରେ ଗାଧୋଇବା ଦ୍ଵାରା ଚର୍ମ ଓ ପେଟଜନିତ ରୋଗ ଦୂର ହୋଇଥାଏ ।