ଭୁବନେଶ୍ୱର, ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ହେବ ଉଚିତ୍ । ଦେଶ ପାଇଁ ଗୌରବ ଆଣିଥିବା ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ୱାଇଁ, ଗତ ୩ଦିନ ଧରି ନିଖୋଜ ରହିବା ଏବଂ ଆଜି ତାଙ୍କର ମୃତଦେହ ଓରନ୍ଦା (ଆଠଗଡ଼)ଜଙ୍ଗଲରୁ ରହସ୍ୟଜନକ ଅବସ୍ଥାରେ ମିଳିବା ନିହାତି ଭାବେ ଅତ୍ୟନ୍ତ ଦୁଃଖର ବିଷୟ ।ବିଦ୍ୟାର୍ଥୀ ପରିଷଦ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରୁଛି ଏବଂ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ରାଜ୍ୟରେ ବିଗତ ଦିନ ମାନଙ୍କରେ ଅହେତୁକ ଭାବରେ ବୃଦ୍ଧି ପାଉଥିବା ନାରୀ ହତ୍ୟା,ନାରୀ ଅପହରଣ,ନାରୀ ନିର୍ଯାତନା କୋଉଠି ନା କୋଉଠି ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ଆଇନର ଅସଫଳତାକୁ ଦର୍ଶାଉଛି ।
ସେହିଭଳି କିଛି ଦିନ ତଳେ ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ବିଳମ୍ବିତ ରାତ୍ରରେ ଦୂର୍ବୁର୍ତ୍ତଙ୍କ ଦ୍ୱାରା ରାଜ୍ୟ ରାଜଧାନୀରେ ଭୁବନେଶ୍ୱର ରାଜରାସ୍ତାରେ ଆକ୍ରମଣ କରାଯିବା ନିହାତି ଭାବେ ନିନ୍ଦନୀୟ ଘଟଣା ।ଯେଉଁ ରାଜ୍ୟରେ ମହିଳା ଖେଳାଳି ଅସୁରକ୍ଷିତ,ମହିଳା ପୋଲିସ ସବ୍ ଇନ୍ସପେକ୍ଟର ଅସୁରକ୍ଷିତ,ସେ ରାଜ୍ୟରେ ସାଧାରଣ ନାରୀ କିପରି ନିଜକୁ ସୁରକ୍ଷିତ ଅନୁଭବ କରିପାରିବ,କିପରି ସୁରକ୍ଷାର ସହିତ ଜୀବନଯାପନ କରିପାରିବ ।
ତେବେ ଏହି ଘଟଣାକୁ ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀମାନ ଅରିଜିତ ପଟ୍ଟନାୟକଙ୍କ ତୁରନ୍ତ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ରହସ୍ୟଜନକ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଦାବି ରଖିଛନ୍ତି । ଏହା ସହ ଆଗାମୀ ସମୟରେ ମହିଳା ସୁରକ୍ଷା ନିମନ୍ତେ ସମସ୍ତ ବିଦ୍ୟାର୍ଥୀ ସମାଜ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।