ଭୁବନେଶ୍ୱର, ସାରା ରାଜ୍ୟ ଆଜି ପବିତ୍ର ମକର ସଂକ୍ରାନ୍ତି ପାଇଁ ମୁଖରିତ ହୋଇ ଉଠିଛି । ଏହି ଅବସରରେ ବିଭିନ୍ନ ନଦୀରୋ ଲୋକ ମାନେ ବୁଡ ପକାଉଥିବା ବେଳେ ବିଭ୍ିନ୍ନ ମନ୍ଦିରରେ ଭୀଡ ଦେଖିବାକୁ ମିଳୁଛି ।
ଉତ୍ତର ଓଡିଶାରେ ବିଶେଷ ଭାବରେ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାରେ ମକର ହେଉଛି ଗଣ ପର୍ବ । ଏହି ଅବସରରେ ଲୋକ ମାନେ ପବିତ୍ର ବୈତରଣୀ ଓ ଅନ୍ୟ ନଦୀ ମାନଙ୍କରେ ସକାଳୁ ସକାଳୁ ବୁଡ ପକାଉଥିବା ଦେଖିବାକୁ ମିଳୁଛି । ଏହା ପରେ ସେମାନେ ବିଭିନ୍ନ ଦେବାଳୟ ଦ୍ରଶନ କରୁଛନ୍ତି । ଘରେ ଘରେ ପିଠା ପଣା କରା ଯାଇ ଏହି ପର୍ବ ପାଳନ କରାଯାଉଛି । କେନ୍ଦୁଝର ଜିଲ୍ଲାରେ କେଶରୀକୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ମକର ମେଳା ମାନ ଆୟୋଜିତ ହେଉଛି ।