ଭୁବନେଶ୍ବର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଶରଦ ଯାଦବ ଜଣେ ବରିଷ୍ଠ ସମାଜବାଦୀ ନେତା ଥିଲେ । ଏକ ଦୀର୍ଘ ରାଜନୈତିକ ଇନିଂସରେ ସେ ସର୍ବଦା ବଂଚିତ ଲୋକ ମାନଙ୍କର ଉତଥାନ ପାଇଁ ନିଜର ସ୍ୱର ଉଠାଇଥିଲେ । ତାଙ୍କର ବିୟୋଗରେ ମୁଁ ଦୁଃଖୀ । ତାଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରୁଛି । ପରମାତ୍ମା ତାଙ୍କ ପରିବାରକୁ ଏହି କଷ୍ଟ ସହନ କରିବାକୁ ଶକ୍ତି ଦିଅନ୍ତୁ । ଓମ ଶାନ୍ତି ।
Related Stories
November 23, 2024
November 23, 2024