ପୁରୀ,ଜାତୀୟ ଯୁବ ଦିବସ ଉପଲକ୍ଷେ ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦି ବେଲ୍ ର ୟୁଥ୍ ଫୋରମ୍ ପକ୍ଷରୁ ବଳିଆ ପଣ୍ଡା ଅଞ୍ଚଳର ବସ୍ତି ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସୁସ୍ଥ ଓ ନିଶା ମୁକ୍ତ ସମାଜ ଗଠନ ପାଇଁ ବସ୍ତି ବାସିନ୍ଦା ଙ୍କୁ ସଚେତନତା କରାଯାଇଥିଲା। ବର୍ତମାନ ର ଯୁବ ପିଢ଼ି ନିଶା ପାନ କରି ସମାଜ କୁ ଅଧିକରୁ ଅଧିକ କଳୁଷିତ କରିବାରେ ଲାଗିଛନ୍ତି। ବସ୍ତି ଅଞ୍ଚଳରେ ନିଶାର ପ୍ରାଦୃଭାବ ଅଧିକ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ୟୁଥ୍ ଫୋରମ୍ ର କାର୍ଯ୍ୟକର୍ତ୍ତା ବୃନ୍ଦ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସଚେତନତା ମାଧ୍ୟମରେ ଯୁବ ପୀଢ଼ି ଙ୍କୁ ନିଶା ଠାରୁ ଦୂରେଇବା ସହ ଏକ ସୁସ୍ଥ ଏବଂ ନିଶା ମୁକ୍ତ ସମାଜ ଗଠନ ପାଇ ଆହ୍ବାନ ଦିଆଯାଇଥିବା କହିଛନ୍ତି ୟୁଥ୍ ଫୋରମ୍ ର ସଂଯୋଜକ ଶ୍ରୀ ସତ୍ୟନାରାୟଣ ସାହୁ। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ବସ୍ତିର ବିଭିନ୍ନ ବର୍ଗର ଦୁଖି ଲୋକଙ୍କୁ ଶୀତ ବସ୍ତ୍ର ସହ ପୋଷାକ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ର ଆବାହାକ ସିଦ୍ଧାର୍ଥ ରାୟ ଙ୍କ ସମେତ ରାଜକିଶୋର ପାତ୍ର, ସୁକାନ୍ତ ପଣ୍ଡା, ବ୍ରଜକିଶୋର ସାହୁ, ଗଜଲକ୍ଷ୍ମୀ ରାୟ, ଟିକିନା ପ୍ରଧାନ,ଦେବରାଜ ଦାସ ଏବଂ ୟୁଥ୍ ଫୋରମ୍ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Related Stories
November 25, 2024