-
ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-
ସ୍ୱାମୀଜୀଙ୍କ ବିଚାରରୁ ସମାହିତ କରି ପ୍ରସ୍ତୁତ କରା ଯାଇଛି ଜାତୀୟ ଶିକ୍ଷା ନୀତି
ଭୁବନେଶ୍ୱର, ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି – ନିଜର ଜ୍ଞାନ ଓ ଓଜସ୍ୱୀ ବିଚାର ଦ୍ୱାରା ବିଶ୍ୱକୁ ଭାରତୀୟ ସଂସ୍କୃତି ଓ ଦର୍ଶନର ସୁଗନ୍ଧରେ ପୁଲକିତ କରିଥିବା ଯୁବ ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ ଓ ରାଷ୍ଟ୍ରୀୟ ଯୁବ ଦିବସରେ ସମସ୍ତଙ୍କୁ ଶୁଭକାମନା । ତାଙ୍କର ବିଚାର ଆଜି ମଧ୍ୟ ପ୍ରାସଙ୍ଗିକ ଓ ସଦୈବ ମାନବ ଜୀବନ ପାଇଁ ପ୍ରେରଣା ଦେଉଥିବ ।
ସ୍ୱାମୀ ବିବେକାନନ୍ଦ ଏକ ଏପରି ଶିକ୍ଷା ବ୍ୟବସ୍ଥା ଚାହୁଁଥିଲେ ଯେଉଁଥିରେ ଚରିତ୍ର ନିର୍ମାଣ ହେବ, ମାନସିକ ବିକାଶ ହେବ ଓ ଯିଏ ମନୁଷ୍ୟର ସେବା କରିବ, ସେଭଳି ବ୍ୟକ୍ତିତ୍ୱର ବିକାଶ ହେବ । ସ୍ୱାମୀଜୀଙ୍କ ବିଚାରକୁ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ସମାହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଦ୍ୟାର୍ଥୀ କେନ୍ଦ୍ରିତ ଓ ନ୍ୟାୟ ସଙ୍ଗତ ଶିକ୍ଷା ବ୍ୟବସ୍ଥାର ନିର୍ମାଣ କରିଛନ୍ତି ।