ଭୁବନେଶ୍ୱର, କେନ୍ଦ୍ର ସରକାର ଖୋର୍ଦ୍ଧା ବାଇପାସ ନିର୍ମାଣ ପାଇଁ ୧୫୭ କୋଟି ଦେଉଛନ୍ତି । ରାଜ୍ୟ ସରକାର ଯଦି ଆବଶ୍ୟକୀୟ ଅନୁମୋଦନ ତେବେ ଏକ ମାସ ସୁଦ୍ଧା ଫେବ୍ରୁଆରୀ ସୁଦ୍ଧା କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ କହିଛନ୍ତି । ଏହି ଦିଗରେ ସେ ରାଜ୍ୟ ସରକାରଙ୍କର ସହଯୋଗ ସେ କାମନି କରିଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱର ସହରରେ ପାଇପ ଯୋଗେ ଇନ୍ଧନ ଗ୍ୟାସ ପହଂଚାଇବା ପାଇଁ ସେ ସାଂସଦ ଭାବେ ଲଗାତାର ପ୍ରୟାସ କରୁଛନ୍ତି । । ଗ୍ୟାସ୍ ପାଇପ୍ ଲାଇରେ ଭୁବନେଶ୍ୱରର ୫୦ ହଜାରରୁ ଅଧିକ ଘରକୁ ସଂଯୋଗ କରାଯିବ । ବର୍ତମାନ ସୁଦ୍ଧା 6 ହଜାର ପରିବାରକୁ ଏହି ସଂଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି । ଏହାର ସେ ପ୍ରତି ସପ୍ତାହରେ ମନିଟରିଂ କରୁଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳିଲା ୯ ଲକ୍ଷ ୫୯ ହଜାର ଘର । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶା ପାଇଁ ମଂଜୁର ହୋଇଥିବା ମୋଟ ୯ ଲକ୍ଷ ୫୯ ହଜାର ଘର ଭିତରୁ ଫନି ବାତ୍ୟା ପୀଡ଼ିତଙ୍କ ପାଇଁ ୧ ଲକ୍ଷ ୪୨ ହଜାର ଘର ମଂଜୁର ହୋଇଛି । ଏଗୁଡିକର ୱାର୍କ ଅର୍ଡର ସମ୍ପୂର୍ଣ ପାରଦର୍ଶୀ ଭାବେ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କେନ୍ଦ୍ଗର ସରକାରଙ୍କର ଇଚ୍ଛାଶକ୍ତି ମଧ୍ୟ ରହିଛି । ତେବେ ରାଜ୍ୟ ସରକାର ଏ ନେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ସହାୟତା କରିବାକୁ ସେ ଅନୁରୋଧ କରିଛନ୍ତି ।