ଭୁବନେଶ୍ଵର,ଆଗକୁ ଶୀତ କମିବ । ହେଲେ ଘନକୁହୁଡ଼ି ବଢିବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଧ୍ୟ-ଭାରତରେ ସକ୍ରିୟ ଗୁରୁଚାପ ବଳୟ ବର୍ତମାନ ପୂର୍ବା-ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଥିବାରୁ, ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ସହ ଶୀତ କମିବ । ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ସହ ଆଗାମୀ ୩ ଦିନ ରାଜ୍ୟରେ କିଛି ଜିଲ୍ଲାରେ ଘନକୁହୁଡ଼ିର ସମ୍ଭାବନା ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 25, 2024