କେନ୍ଦୁଝର – କେନ୍ଦୁଝର ଡିଏଫଓ ସନ୍ତୋଷ ଜୋସିଙ୍କ ନେତୃତ୍ୱରେ ୩ପ୍ଲାଟୁନ ଫୋର୍ସ ଓ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଆଜି ଶନିବାର ଦିନ ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଚାଲିଥିବା ବେଆଇନ କାଠ ମିଲରେ ଚଢାଉ କରା ଯାଇଥିଲା । ଏହି ଚଢାଉରେ ବନବିଭାଗ କାଠ ମିଲର ଯନ୍ତ୍ରପାତି ଜବତ କରିବା ସହ ବିପୁଳ ପରିମାଣରେ କାଠ ଗୋଟିଏ ପିକ୍ଅପ ଭ୍ୟାନ ଜବତ କରିବା ସହ ୫ ଜଣ କରତ କଟାଳିଙ୍କୁ ଗିରଫ କରିଥିବା ବେଳେ କୌଣସି କାଠ ମାଫିଆଙ୍କୁ ଗିରଫ କରିବାରେ ବନବିଭାଗ ସକ୍ଷମ ହୋଇ ପାରିନାହିଁ । ତେବେ ଏହି ଚଢଉବେଳେ ହଠାତ୍ କାଠ ମାଫିଆମାନେ ବନ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ସହ ଟେକା ପଥର ମାଡ କରିଥିଲେ । କାଠ ମାଫିଆଙ୍କ ଆକ୍ରମଣରେ ୪ ଜଣ ବନକର୍ମଚାରୀ ଆହତ ହୋଇଥିବା ବେଳେ ବନବିଭାଗର ଏକ ଗାଡିକୁ ସେମାନେ ଭାଙ୍ଗି ଦେଇଛନ୍ତି । ଢେଙ୍କିକୋଟ ପୋଲିସ ଫାଣ୍ଡି ଗାଡଟି ମଧ୍ୟ ଭଙ୍ଗାରୁଜି ଯାଇଥିବା ଦେଖିବାକୁ ମିଳିଛି । ଆହାତ କର୍ମଚାରୀ ମାନେ ଘଟଗାଁ ଓ କେନ୍ଦଝର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହୋଇଛନ୍ତି । ସୂଚନା ଥାଉକି ଏହି ସାନ୍ତରାପୁର ଗ୍ରାମରେ ଦୀର୍ଘ ମାସ ଧରି ବେଆଇନ କାଠ ମିଲ ସହ ବେଆଇନ କାଠ କାରବାର ମାଫିଆ ମାନେ ଚଳାଇ ଆସୁଥିଲେ । ଏହି କାଠ ଚୋରା କାରବାରକୁ ରୋକିବା ପାଇଁ ବନବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ ନ କରା ଯାଉ ନ ଥିବାରୁ ଦିନକୁ ଦିନ ଏହାର କାୟା ବିସ୍ତାର ହେବାରେ ଲାଗିଥିଲା । ଏବଂ କାଠ ମାଫିଆ ମାନଙ୍କର ମନୋବଳ ମଧ୍ୟ ଦିନକୁ ଦିନ ଦୃଢ ହେବାରେ ଲାଗିଥିଲା । ଏଥିପ୍ରତି ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହୋଇ ଆସୁଥିଲା ।
Related Stories
November 23, 2024