ଜଟଣୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱଚ୍ଛ ଭାରତ ନିର୍ମାଣାର୍ଥେ ସାରା ଭାରତ ବର୍ଷ ସହିତ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ସେପ୍ଟେମ୍ବର ୧୧ ତାରିଖ ଠାରୁ ଅକ୍ଟୋବର ୨ ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ନାମକ ଏକ ଜନ ସଚେତନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ପ୍ଲାଷ୍ଟିକ୍ ବର୍ଜନ ସହିତ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆଜି ଷ୍ଟେସନ ପରିସରରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ନୁକଡ ନାଟକ ମାଧ୍ୟମରେ ସ୍କାଉଟ୍ ଆଣ୍ଡ୍ ଗାଇଡ୍ର ସଦସ୍ୟମାନେ ପରିବେଷଣ କରିଥିଲେ । ଏହି ଅବସରରେ ରେଲୱେ ଷ୍ଟେସନ ଓ ବିଭିନ୍ନ ରେଳ ଅଂଚଳରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ରେଳ ପ୍ରବନ୍ଧକ ଶଶିକାନ୍ତ ସିଂ ସମସ୍ତ ରେଳ ବିଭାଗ ଅଧିକାରୀମାନଙ୍କୁ ସ୍ୱଚ୍ଛତା ସମ୍ପର୍କୀୟ ଏକ ଶପଥ ପାଠ କରାଇଥିଲେ । ଏହି କ୍ରମରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ବ୍ୟତୀତ ପୁରୀ, କଟକ, ଭଦ୍ରକ, ବ୍ରହ୍ମପୁର, ଢେଙ୍କାନାଳ, ଅନଗୁଳ, କେଉଁଝର ଏବଂ ପଲାସା ପ୍ରଭୃତି ଷ୍ଟେସନ ଗୁଡ଼ିକରେ ଆଜିଠାରୁ ଆରମ୍ଭ ହୋଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରବନ୍ଧକ ଶ୍ରୀ ସିଂ କହିଥିଲେ ।
Related Stories
November 22, 2024