ମାଲକାନଗିରି, କାଲିମେଳା ମିନି ଷ୍ଟାଡିୟମରେ ଅମିତ୍ ମେମୋରିଆଲ ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସମିତି ଅଧ୍ୟକ୍ଷ ମାଲା ମାଡି ଯୋଗଦେଇ ରିବନ କାଟି ଖେଳର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ କାଲିମେଳା ସରପଞ୍ଚ ପୃଥ୍ବୀରାଜ ମାଝୀ, କାମସେନ ପ୍ରଧାନ, ବିନୋଦ କୁମାର ସାହୁ, ସୈଳେନ୍ଦ୍ର ଦାସ, ବି.ଚନ୍ଦ୍ରଶେଖର, ବିକାଶ ମଲ୍ଲିକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ସମସ୍ତ ଅତିଥି ଖେଳାଳିଙ୍କୁ କରମର୍ଦ୍ଦନ କରିବା ସହିତ ଉତ୍ସାହିତ କରିଥିଲେ । ପ୍ରଥମ ଦିନରେ କାଲିମେଳା ଭୈରବୀ ଯୁବକ ସଂଘ ସହ ଛତିଶଗଡ଼ର ରାଜ୍ୟର ଦରନାପାଲ ଟିମ୍ ମଧ୍ୟରେ ପ୍ରତିଯୋଗୀତା ହୋଇଥିବା ବେଳେ ଭୈରବୀ ଯୁବକ ସଂଘ ଟିମ୍ ପ୍ରଥମେ ବେଟିଙ୍ଗ କରିଥିଲେ । ତେବେ ଦରନାପାଲ ଟିମ୍ ୧୮ ଓଭର ୨ ବଲରେ ୧୨୨ ରନ୍ କରି ଅଲ୍ ଆଉଟ୍ ହୋଇଥିଲେ । କାଲିମେଳା ଭୈରବୀ ଯୁବକ ସଂଘ ଟିମ୍ ୭ ୱିକେଟ ହରାଇ ୧୬୩ ରନ୍ କରି ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ କୁ ସାମିଲ କରାଯାଇଛି । ଫାଇନାଲରେ ବିଜେତା ଦଳକୁ ୩୩, ୩୩୩ ଟଙ୍କା ଏବଂ ଉପ ବିଜେତା ଦଳକୁ ୨୨, ୨୨୨ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।
ସନ୍ତୋଷ ପ୍ରଧାନ ଓ ସୂରଜ ନାୟକ ଅମ୍ପେଆର, ପରିତୋଷ ମଣ୍ଡଳ ଥାଡ଼ ଅମ୍ପେଆର ଦାୟିତ୍ଵ ତୁଲାଇଛନ୍ତି । କାଲିମେଳା ହାଟପଦା ସାହିରେ ରହୁଥିବା ଯୁବକ ଅମିତୋଷ କର୍ମକାର ( ଅମିତ୍ )ଙ୍କ ୨୩ ଦିନ ତଳେ ଅକାଳ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଞ୍ଚଳରେ ସେ କ୍ରିକେଟ ଖେଳାଳି ଭାବେ ଜଣାଶୁଣା । ତାଙ୍କରି ସ୍ମୃତିରେ ତାଙ୍କ ସାଙ୍ଗସାଥୀମାନେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବା ଜଣାପଡିଛି । ଶିବାନନ୍ଦ ଲେଙ୍କା, କୃଷ୍ଣ ଚନ୍ଦ୍ର ଗୌଡ, ଗୌତମ ମଣ୍ଡଳ, ମନୋଜ ରାୟ, ରଜତ ଗୋପ, ସୁନିଲ୍ ମଣ୍ଡଳ, ବିପୁଳ କର୍ମକାର, ବିଷ୍ଣୁ ବୈଦ୍ୟ, ସଞ୍ଜୟ ସରକାର ଓ ଅନ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା କରୁଥିବା ବେଳେ ଆସନ୍ତା ଗଣତନ୍ତ୍ର ଦିବସରେ ଫାଇନାଲ ଖେଳ ହେବ ବୋଲି ଜଣାପଡିଛି ।