ଗଞ୍ଜାମ, ଜଣେ ବିଧବାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ପ୍ରତାରଣା କରିଥିବା ଅଭିଯୋଗରେ ଜଣେ ପୋଷ୍ଟମ୍ୟାନଙ୍କୁ ବଡ଼ବଜାର ଥାନା ପୋଲିସ ଗିରଫ କରିଛି । ସେ ହେଲେ ଲୋଚାପଡ଼ା ଅଂଚଳର ଆଶୋକ କୁମାର ସାହୁ (୫୧) ।
ଛତ୍ରପୁର ଉପଡାକଘର କାର୍ଯ୍ୟାଳୟରେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟରତ ଅଶୋକ ପୂର୍ବରୁ ବିବାହିତ ଥିବା ବେଳେ ୨୦୧୬ ରେ ଏହି ବିଧବା ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଅଶୋକ ତାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । କିନ୍ତୁ, ମହିଳା ଜଣକ ବିବାହ କରିବାକୁ କହିବାରୁ ସେ ମନା କରିବା ସହ ବାଧ୍ୟ କଲେ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଏନେଇ ବଡ଼ବଜାର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ କୋର୍ଟରେ ଅଭିଯୋଗକାରୀଙ୍କ ବୟାନ ରେକର୍ଡ଼ ହୋଇଥିବା ଜଣାପଡିଛି ।