ବଲାଙ୍ଗିର, ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆଜି ପୂର୍ବାହ୍ନ ୧୦ଟା ସମୟରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ବ୍ଲଡ୍ ବ୍ୟାଙ୍କ୍ ବାହାରେ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର ଜଗନ୍ନାଥ ପଣ୍ଡା, ବଲାଙ୍ଗିର ରକ୍ତ ଭଣ୍ଡାର ମୁଖ୍ୟ ଡାକ୍ତର ଅର୍ପିତା ପାଣ୍ଡିଆଙ୍କୁ ତିଳକ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସ୍ଵାମୀ ବିବେକାନନ୍ଦ, ପଣ୍ଡିତ ଶ୍ରୀରାମ ଶର୍ମା, ଗାୟତ୍ରୀ ମାତାଙ୍କୁ ସ୍ମରଣ ପୂର୍ବକ ନାରିକେଳ ଫଟୋ ଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗାୟତ୍ରୀ ପରିବାରର ଭାଇ ଭଉଣୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ରକ୍ତଦାନ କରିଥିଲେ।
ରକ୍ତଦାନ କରିଥିବା ବ୍ଯକ୍ତିବିଶେଷଙ୍କ ମଧ୍ୟରେ ସାଗରିକା ଗୁରୁ, ବରୁଣ ସୁନା, ଲାଲବାହାଦୁର ପାତ୍ର, ଅଙ୍କିତ ଚାନ୍ଦ, ଅନଙ୍ଗ ଉଦୟ ଗଡତିଆ, ମଣିମା କୁକୁରେଜା, ନାରାୟଣ ସାହୁ, ସ୍ଵରଜିତ ଶତପଥୀ, ଶ୍ରୀକାନ୍ତ ସାହୁ, ନିହାରିକା ମିଶ୍ର, ସନ୍ତୋଷିନୀ ମିଶ୍ର, ଶ୍ରୀମନ୍ଦିନୀ ସାହୁ, କ୍ଷମାନିଧି ଭୋଇ, ଆନନ୍ଦ ଅଗ୍ରୱାଲ, ଅସମାନ ସାହୁ, ପ୍ରହଲାଦ ଛତର, ଓମପ୍ରକାଶ ଗୁରୁ, ବସନ୍ତ ବେହେରା, ମନୀଷ ଝା, ବିଷୟା ପୃଷ୍ଟି, ସୁଶାନ୍ତ ବିଶ୍ଵାଳ, ବିନୀତ ଜୈନ, ରୀତା ଭୋଇ, ଫର୍ଚୁନ ସାହୁ, ବିଭୋର କେଡ଼ିଆ, ଆମ୍ବରସ ତ୍ରିପାଠୀ, ବିନୋଦ ପଧାନ ଓ ସନ୍ମୟ ଦାସ ପ୍ରମୂଖ ୨୮ ଜଣ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଗାୟତ୍ରୀ ପରିଜନ, ବଲାଙ୍ଗିର ଗାୟତ୍ରୀ ଟ୍ରଷ୍ଟ ର ଭଉଣୀ ଓ ଭାଇ ମାନେ ସହଯୋଗ କରିଥିବା ବେଳେ ମେଡିକାଲ୍ କଲେଜ ବ୍ଲଡ୍ ବ୍ୟାଙ୍କ୍ ର ଡାକ୍ତର୍ ସୁମିତ୍ ମୁଣ୍ଡ, କର୍ମଚାରୀ ଶେଖ୍ ଆଶ୍ରତ, ନମିତା ମେହେର, ଜ୍ୟୋତିର୍ମୟୀ ନାୟକ, ନିରୁପମା ଜାଲ ଓ ଦୂର୍ଗା ପ୍ରସାଦ ଆଚାର୍ଯ୍ଯ ପ୍ରମୂଖ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ।