ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନଙ୍କ ସମ୍ପର୍କରେ କେହି ଯେପରି ଜାଣି ନ ପାରିବେ ସେ ନେଇ ରାଜ୍ୟ ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।
ଏଠାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟୀର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପାରଦର୍ଶୀ କରିବାକୁ ବିଜେପି ଦାବି କରୁଛି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟାଳଟୁଳ ନୀତିକୁ ବିଜେପି ସମାଲୋଚନା କରୁଛି । 2019 ସର୍ଭେରେ ତାଲିକାରେ ଥିବା ହିତାଧିକାରୀଙ୍କ ନାମ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ତରବରିଆ ଭାବରେ ଆୟୋଜିତ ଗ୍ରାମସଭାକୁ ଅସିଦ୍ଧ ଘୋଷଣା କରାଯାଉ । ଗରିବ ଓଡ଼ିଆଙ୍କ ସହ ଚଞ୍ଚକତା କଲେ ବିଜେପି ଛାଡ଼ିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।