ଭୁବନେଶ୍ୱର,ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ବଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ମଣିହୀରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ବୁଧବାର ସକାଳୁ ଚଢାଉ କରାଯାଇଛି । ଭିଜିଲାନ୍ସର ଟିମ ସଂଗ୍ରାମ କେଶରୀଙ୍କ ଆବାସିକ କାର୍ଯ୍ଯାଳୟ ସମେତ ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡର ପାଂଚଟି ସ୍ଥାନରେ ଏକ ସାଥିରେ ଚଢାଉ କରାଯାଉଥିବା ନେଇ ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଚଢାଉ କାର୍ଯ୍ୟରେ 5 ଜଣ ଡିଏସପି, 8 ଜଣ ଇନିସ୍ପେକ୍ଟର, 2 ଏସଆଇ ଓ ଅନ୍ୟ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି । ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସର୍ଚ ୱାରେଂଟ ବଳରେ ଏହି ଚଢାଉ କରାଯାଇଛି । ଚଢାଉ ଜାରୀ ରହିଥିବା କାରଣରୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରି ନାହିଁ ।