ସମ୍ବଲପୁର – ରାୟଗଡା ଇଣ୍ଟର ସିଟି ଏକ୍ସପ୍ରେସ ରେ ବରପାଲିରୁ କେସିଙ୍ଗା ଯାତ୍ରା କରୁଥୁବା ବିମଲ କୁମାର ବିଦ୍ୟାଧର ନାମକ ଏକ ଯାତ୍ରୀ ଆଜି ରେଳ ମଦଦ ପୋର୍ଟାଲ ଦ୍ୱାରା ତାଙ୍କର ବ୍ୟାଗ ଛାଡିଯାଇଥିବା ଅଭିଯୋଗ କରିଥିଲେ l
ରେଳବାଇ ଏହି ଅଭିଯୋଗ ଆଧାରରେ ତତକ୍ଷଣ କାର୍ଯ୍ୟକାରୀ କରି ଶ୍ରୀ ବିଦ୍ୟାଧର ଙ୍କୁ ତାଙ୍କର ବ୍ୟାଗ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ l ଏହା ପରେ ମୁନିଗୁଡା ଓ ସମ୍ବଲପୁର ରେଳବାଇ ସୁରକ୍ଷା ବଳ ଅଧୁକାରୀମାନଙ୍କୁ ଏହି ସମ୍ବନ୍ଧରେ ଅବଗତ କରାଯାଇଥିଲା l ପରେ ମୁନିଗୁଡା ସ୍ଥିତ ଆରପିଏଫ ଦଳ ଟ୍ରେନରେ ଖୋଜିବା ଆରମ୍ଭ କରି ଛାଡିଯାଇଥିବା ବ୍ୟାଗକୁ ନିଜ ଅକ୍ତିଆରକୁ ନେଇ ସଠିକ ଯାଞ୍ଚ ପରେ ଯାତ୍ରୀଙ୍କୁ ତାଙ୍କ ଛାଡିଯାଇଥିବା ବ୍ୟାଗକୁ ହସ୍ତାନ୍ତର କରିଥିଲେ l
ଯାତ୍ରୀ ତାଙ୍କ ବ୍ୟାଗ ଫେରିପାଇ ରେଳ ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଭିଯୋଗର ତ୍ୱରିତ କାରବାଇ ପାଇଁ ଧନ୍ୟବାଦ ଦେବା ସହିତ ଯାତ୍ରୀମାନଙ୍କ ପାଇଁ ଏହି ପୋର୍ଟାଲ ବିକଶିତ କରିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ l