-
ଉପନ୍ୟାସ ହିଁ ଓଡ଼ିଶାର ଇତିହାସ କୁ ରୁଦ୍ଧିମନ୍ତ କରିଛି,
ପୁରୀ,ଵହିମେଳା ର ଅଷ୍ଟମ ଦିନରେ, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ, ଭୁବନେଶ୍ବର ପକ୍ଷରୁ ମେଳା ମଞ୍ଚରେ ଓଡିଆ ଭାଷା ସାହିତ୍ୟରେ ଉପନ୍ୟାସର ଭୂମିକା ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ତଥା ପୁସ୍ତକ ସମିକ୍ଷା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୈଳାଶ ଚନ୍ଦ୍ର ଟିକାୟତ, ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀ ପଦ୍ମନାଭ ତ୍ରିପାଠୀ ସଭାପତି,ମୁଖ୍ୟବକ୍ତା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ,ବିଶିଷ୍ଟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଗାଳ୍ପିକ ବଦ୍ରି ମିଶ୍ର, ସମ୍ମାନୀତ ଅତିଥି ଭାବେ – ଡକ୍ଟର ବନ୍ଦନା ହରିଚନ୍ଦନ, ଟ୍ରଷ୍ଟ ଅଧ୍ୟକ୍ଷା, ବଳରାମ ତରାଇ, ପ୍ରତିଷ୍ଠାତା, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ଏବଂ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ, ପର୍ଶୁରାମ ବେହେରା, ସ୍ୱାମ୍ବଲମ୍ବନ ପ୍ରା.ଲି. ପ୍ରକାଶକ, ରଶ୍ମିମୟୀ ପଟ୍ଟନାୟକ, କବି ଓ ସମାଜସେବୀ, ତାରାପ୍ରସାଦ ଶତପଥୀ, ମାନସ ରଞ୍ଜନ ମହାନ୍ତି, ଆର୍ତ୍ତତ୍ରାଣ ସାହୁ ଯୋଗଦେଇ ଓଡ଼ିଆ ସାହିତ୍ୟ,ଭାଷା ବିଶେଷ କରି ଓଡ଼ିଶାର ଇତିହାସ କୁ ରୁଦ୍ଧିମନ୍ତ କରିବାରେ ଉପନ୍ୟାସ ର ଭୂମିକା ଉଲ୍ଲେଖନୀୟ ବୋଲି ମତପ୍ରକାଶ କରିଥିଲେ। କବି ବଳରାମ ତରାଇଙ୍କ ପରିଚାଳନା ରେ ଅନୁଷ୍ଠିତ ଉତ୍ସବରେ
ଓଡିଆ ମାଟିର ଯଶ୍ଵସିନୀ ନାରୀ ଦ୍ରୌପଦୀ ମୂର୍ମୁ, ପ୍ରଥମ ପରିଚୟ, ଅହ୍ୟରାଣୀ ମଧୁସ୍ମିତା, ଅଛିଣ୍ଡା ଗଣିତ ଅସୁଝା ଋଣ, ପ୍ରଥମ ପରିଚୟ (ଲେଖକ କରୁଣା କର ମଲ୍ଲିକ), ଶ୍ରୀକ୍ଷେତ୍ର ସ୍ତବ, ଅନାବନା ସୂଜନୀ (ଲେଖିକା ସରସ୍ଵତୀ ନାୟକ) ଉପରେ ସମୀକ୍ଷା ପରେ, ଡକ୍ଟର ସସ୍ମିତା ମିଶ୍ର ଙ୍କ ପୁସ୍ତକ ‘କବିର କଳ୍ପନା’ ଉନ୍ମୋଚନ ହୋଇଛି। ବଳରାମ ତରାଇଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ,ରଶ୍ମୀମୟୀ ପଟ୍ଟନାୟକ ସହଯୋଗ କରିଥିଲେ।
ବହି ମେଳାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ।ବହି ଦୋକାନରୁ ଫେରୁଥିବା ପାଠକଙ୍କ ହାତରେ ଥିଲେ ଔପନ୍ୟାସିକ ରାମଚନ୍ଦ୍ର ବେହେରା,ଗୋପୀ ମହାନ୍ତି, ଗାଳ୍ପିକ ବଦ୍ରି ମିଶ୍ର,କବି ସୁଚେତା ମିଶ୍ର,କବି ହରିହର ମିଶ୍ର, ଫକିରମୋହନ,ଜ୍ଞାନହୋତା,କୁନ୍ତଳା କୁମାରୀ ଓ ମନୋଜ ଦାସ।ଆକୁପ୍ରେସର ଦୋକାନ ସହ ଶୁଭ ସଂସାର ଷ୍ଟଲ ଆଗରେ ଜାତକ ଦେଖା ସହିତ ବାହାଘର ପାଇଁ ପୁଅ-ଝିଅଙ୍କ ଫଟୋ ଦେଖାର ଗହଳି ଲାଗିରହିଥିଲା। କୁଇଜ୍ ପରେ ନୃତ୍ୟଗୁରୁ ରୋଜାଲିନ ପଣ୍ଡାଙ୍କ ବୈଭବୀ କଳାକେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଆସନ୍ତାକାଲି ନବପ୍ରତିଭା ପକ୍ଷରୁ ଲୋକନୃତ୍ୟ ହେବାକୁ ଥିବା ବେଳେ, ହେକ୍ଟର ମିଶ୍ର ଓ ବିଶ୍ଵନାଥ ମିଶ୍ରଙ୍କ ପରିଚାଳନା ରେ ଆକର୍ଷଣୀୟ ଆଲୋଚନା,’ଚର୍ଚ୍ଚାରେ ଅ-ଆ’ ମେଳା ମଞ୍ଚରେ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି।