-
ଧନରେ ଶାନ୍ତି ମିଳେ ନାହିଁ ରାମ ନାମରେ ଶାନ୍ତି ମିଳେ
-
ଗୋସେଵା ଦ୍ୱାରା ଭାରତ ହିନ୍ଦୁ ରାଷ୍ଟ୍ର ହେବ-ପୁରୀ ବିଧାୟକ
ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ତୃତୀୟ ଦିବସରେ ଶିବ ଧନୁ ଭଗ୍ନ ସହିତ ସୀତା ବିବାହ ପାଳନ କରାଯାଇଥିଲା |ଅନ୍ତରାଷ୍ଟ୍ରୀୟ ରାମ ଚରିତ ମାନସ ପାଠକ ତେଲେଙ୍ଗାନା ନିଜାମାବାଦର ସୁରେଶ ସାରଡ଼ା, ଶରତ ସାରଡ଼ାଙ୍କ ସୁମଧୁର କଣ୍ଠରେ ସଙ୍ଗୀତ ମୟ ଶ୍ରୀରାମ ଚରିତ ମାନସ ପାଠରେ ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା |ଏହି ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋସେଵା ଦ୍ୱାରା ଭାରତ ହିନ୍ଦୁ ରାଷ୍ଟ୍ର ହେବ ବୋଲି କହିଥିଲେ |ଏଥି ସହିତ ପ୍ରତିଦିନ ଗୋମାତା ମାନଙ୍କ ସେବା ଆମେ ମନେ କରିବା ଉଚିତ କାରଣ ଦୁଗ୍ଧ, ଘିଅ, ଗୋବର, ଗୋମୂତ୍ର ଆଦି ଆମ୍ଭର ଦୈନଦିନ କାର୍ଯ୍ୟର ଆବଶ୍ୟକତା ବୋଲି ଭୁଲି ଯାଉଛୁ |ଯେ କୌଣସି କାର୍ଯ୍ୟ ନିଷ୍ଠାର ସହିତ କରିବା ଉଚିତ ତାହେଲେ ଯାଇ ସଫଳତା ମିଳିବ |ଜୀଵନ ଚିର ସ୍ଥାୟୀ ନୁହେଁ ଆମେ ସମସ୍ତେ ମୋହ ଗ୍ରସ୍ତ ହୋଇ ନିଜ ପରିବାର ଏବଂ ଧନ ଉପାର୍ଜନରେ ବ୍ୟସ୍ତ ରହୁଛେ ଏଥି ମଧ୍ୟରୁ ଦିନକୁ ମାତ୍ର ଦଶ ମିନିଟ ପ୍ରଭୁ ଶ୍ରୀରାମ ଙ୍କ ନାମ ଜପ କରିବା କିମ୍ବା କିଭଳି ପରାୟଣ ସ୍ଥଳରେ ଉପସ୍ଥିତ ରହି ଶାନ୍ତି ଅନୁଭବ କରିବା କାରଣ ଧନରେ ଶାନ୍ତି ମିଳେ ନାହିଁ ରାମ ନାମରେ ଶାନ୍ତି ମିଳେ |ବର୍ତ୍ତମାନ ଯୌଥ ପରିବାର ତଥା ଧୀର ଧୀର ଲୋପ ପାଇ ମୋ ସ୍ତ୍ରୀ ମୋ ପିଲାରେ ସୀମିତ ହୋଇଯାଇଛି |ପୁଣି ଥରେ ଶ୍ରୀରାମଙ୍କର ନାମ ପ୍ରବଚନ ମାଧ୍ୟମରେ ପ୍ରତି ଘରେ ଘରେ ପହଞ୍ଚାଇ ଯୌଥ ପରିବାର ପ୍ରଥାକୁ ପୁନଃ ସ୍ଥାପିତ କରିବା ସହିତ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଭବିଷ୍ୟତରେ ଭାରତ ହିନ୍ଦୁ ରାଷ୍ଟ୍ରରେ ରୂପେ ପ୍ରତିଷ୍ଠିତ ହେବ ଏଥିରେ ସନ୍ଦେହ ନାହିଁ |
ଉତ୍ସବର ଆରମ୍ଭରୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପ୍ରାରମ୍ଭିକ ଅଭିଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିଲେ |ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉତ୍ସବ ପରିଚାଳନା କରିଥିଲେ |