ଭୁବନେଶ୍ଵର, ଗତ କିଛି ଦିନ ଧରି ରାତ୍ରି ତାପମାତ୍ରା ହ୍ରାସ ପାଇବା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ୧୪ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରହିଛି । କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି । ସିମିଳିଗୁଡ଼ାରେ ରାତ୍ରିକାଳୀନ ତାପମାତ୍ରା ସର୍ବନିମ୍ନ ୩.୭ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି କିରେଇରେ ୪.୩ ଡ଼ିଗ୍ରୀ, ଫୁଲବାଣୀରେ ୪.୯ ଡ଼ିଗ୍ରୀ, ଜି. ଉଦୟଗିରିରେ ୫.୦ ଡ଼ିଗ୍ରୀ, କୋରାପୁଟରେ ୬.୫ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୭.୦ ଡ଼ିଗ୍ରୀ, ଭବାନୀପାଟଣାରେ ୭.୫ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡ଼ିଗ୍ରୀ, ଢ଼େଙ୍କାନାଳରେ ୭.୫ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୭.୮ ଡ଼ିଗ୍ରୀ ରହିଛି । ଅନୁରୂପ ଭାବେ କେନ୍ଦୁଝରଗଡ଼ରେ ୮.୪ ଡ଼ିଗ୍ରୀ, ବଲାଙ୍ଗିରରେ ୮.୮ ଡ଼ିଗ୍ରୀ, ସୋନପୁରରେ ୯.୧ ଡ଼ିଗ୍ରୀ ଏବଂ ମହିଷାପାଟରେ ୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଆଜି ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।