ଗଞ୍ଜାମ – ଆସନ୍ତା କାଲି ଠାରୁ ଅର୍ଥାତ୍ ଡ଼ିସେମ୍ବର ୧ ଓ ୨ ତାରିଖ ଦୁଇ ଦିନ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତର ଇଂରାଜୀ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଆମେରିକାର ମାନବାଧିକାର କମିଶନର ତଥା ପରିବେଶବିତ୍ ପୂର୍ବତନ ବିଚାରପତି ଡ଼ଃ. ଦେବଦୂତ ଦାସ ମୁଖ୍ୟଅତିଥି ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦେଶ ବିଦେଶରୁ ୨୦୦ ଇଂରାଜୀ ସାହିତି୍ୟକଙ୍କ ସହିତ ପରିବେଶବିତ୍ ମାନେ ଯୋଗଦେବେ । ଅଷ୍ଟେ୍ରଲିଆର କବି ତଥା ଅମଲାତନ୍ତ୍ର ଅଧିକାରୀ ଡ. ସୁନିଲ୍ ଗୋଭିନାପେ, ଶ୍ରୀଲଙ୍କାର ସାର୍କ ସମ୍ମାନରେ ସମ୍ମାନିତ ପରିବେଶବିତ୍ ତଥା ସାମ୍ବାଦିକ ଦୟାଜିସା ନାୟକ, ଆମେରିକାର ଆଟଲାଂଟ ଇମୋରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟଜିତ୍ ଘୋଷ, ନୂଆଦିଲ୍ଲୀ ସ୍ଥିତ ଏମସିଇଆରଟିର ପ୍ରଫେସର ସଂନ୍ଧ୍ୟାରାଣୀ ସାହୁ, ମରିସସ୍ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀଧାରା ଗୌତମ, କାଠମାଣ୍ଡୁର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପ୍ରଫେସର ବାମଦେବ ଅଧିକାରୀ, ନେପାଳ ପଦ୍ମାକନ୍ୟା ମଲିପଲ୍ କ୍ୟାମ୍ପସ୍ ର ପ୍ରଫେସର ଖୁମ୍ ପ୍ରସାଦ ଶର୍ମା, ବାଲାଂଦେଶ ସ୍ୱାଧିନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍.ଏମ୍. ମହପୁଞ୍ଜର ରେହମାନଙ୍କ ସମେତ ବହୁ ସାହିତି୍ୟକ ଏଥିରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ସର୍ବଭାରତୀୟ ଇଂରାଜୀ ଲେଖକ, ସମ୍ପାଦକ, ସମାଲୋଚକ ସାମ୍ମୁଖ୍ୟ ଓ ଉଚ୍ଚଶିକ୍ଷା ବିଭାଗ ସହାୟତାରେ ଏହି ସମ୍ମିଳନୀ ଆୟୋଜିତ ହେବ ।
Related Stories
November 23, 2024