ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ବିଶ୍ଵ ହକି ପାଇଁ ପ୍ରୋତ୍ସାହନ ଏବଂ ସଚେତନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଲେଜ ପରିସରରୁ ଏକ ବିଶାଳ ରାଲି ମାଧ୍ୟମରେ ଆରମ୍ଭ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହକି ଖେଳପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ ଏବଂ ବିଶ୍ଵକପର ପ୍ରତ୍ୟେକ ମ୍ୟାଚକୁ ଡିଜିଟାଲ ମୋଡରେ ହେଉ ବା ଖେଳ ପଡିଆରେ ହେଉ ଉପଭୋଗ କରିବା ପାଇଁ ପ୍ରବର୍ତାଇଥିଲେ। ହକି ଖେଳ ଭାରତର ଜାତୀୟ ଖେଳ ହୋଇଥିବାରୁ ଏଥିପ୍ରତି ଯୁବଗୋଷ୍ଠି ମଧ୍ୟରେ ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଏଥିସହିତ ମାଲକାନଗିରି ଜିଲ୍ଲାରୁ ହକି ପ୍ରତିଭାର ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରବର୍ତାଇଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ରଂଜନ କୁମାର ସ୍ଵାଇଁ ବିଶ୍ଵକପ ହକି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ରଖିଥିଲେ। ବିଶ୍ଵକପ ରାଲି କଲେଜ ପରିସରରୁ ଆରମ୍ଭ ହୋଇ କୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ହକି ର ସଫଳତା ପାଇଁ ଚେଷ୍ଟା କରିଥିଲେ।
ଏହି କା ର୍ଯ୍ୟକ୍ରମରେ କଲେଜର ଏନ୍.ସି.ସି., ଏନ୍.ଏସ୍.ଏସ୍. ଏବଂ ରେଡକ୍ରସର ସ୍ଵେଚ୍ଛାସେବୀ ମାନେ ଭାଗ ନେଇଥିଲେ। ଏହା ସହିତ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଅଧ୍ୟାପିକା ନମିତା ଦଣ୍ଡସେନା, ପ୍ରମୀୟ କୁମାର ମହାନ୍ତି, ପ୍ରେମରେଖା ଭତ୍ରା, ସୁଶାନ୍ତ ମାଝୀ, ଗୌତମ ନାୟକ, ତପନ କୁମାର ବେହେରା ଜିମୁତ ନାୟକ, ଡ. ଗୋକୁଳାନନ୍ଦ ପାତ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଭାଗ ନେଇଥିଲେ।