ଭୁବନେଶ୍ୱର, ମିଶନ ଶକ୍ତି ମହିଳାଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୫ କୋଟି ଟଙ୍କାର ସୁଧ ଛାଡ଼ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନଶକ୍ତି ସ୍ଳେଗାନ ନୁହେଁ ବରଂ ଜୀବନଧାରା ପାଲଟିଛି । ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି ।