ନୂଆପଡ଼ା,ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ନୂଆପଡ଼ାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବୁଦ୍ଧିକୋମନା ସ୍ଥିତ ପ୍ରାଚୀ ଫାର୍ମ ହାଉସ ଠାରେ ଜିଲ୍ଲା ସଭାପତି ସୁଶିଲ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଜିଲା ସମ୍ପାଦକ ଲୈଵାନ ବାଗ ସ୍ବାଗତ ଭାଷଣ ଦେବା ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବୈଠକରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା କର୍ତୃପକ୍ଷଙ୍କ ସହ ଆଲୋଚନା କରି ଆଶୁ ସମାଧାନ କରିବାକୁ ସ୍ଥିରୀକୃତ ହେଲା । ସଂଘକୁ ଆଗାମୀ ଦିନରେ କେମିତି ସୁଦୃଢ଼ କରାଯିବ ସେ ଉପରେ ନିଜ ମତ ରଖିଥିଲେ ପୂର୍ବତନ ରାଜ୍ୟ ସଭାପତି ମଦନ ସୁନ୍ଦର ହୋତା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପତି, ରାମଚନ୍ଦ୍ର ସାହୁ, ବ୍ରଜକିଶୋର ମିଶ୍ର ମଞ୍ଚାସୀନ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।
ବୈଠକରେ ଖଡ଼ିଆଳ ବ୍ଲକ ସଭାପତି ପୀତବାସ ଜଗତ, ସିନାପାଲି ବ୍ଲକ ସଭାପତି କମଲ ସିଂ ମାଝୀ, କୋମନା ବ୍ଲକ ସଭାପତି ତେଜୁରାମ ତାଣ୍ଡି, ବୋଡ଼େନ ବ୍ଲକ ସଭାପତି ଶ୍ୟାମ କୁମାର ଦଣ୍ଡସେନା, ଜିଲ୍ଲା ପ୍ରତିନିଧି ଇନ୍ଦ୍ର ବାଗ, ଉମାକାନ୍ତ ମେହେର, ଲୋକରଞ୍ଜାନ ସୁନାନି, ଗଗନ ଅଗସ୍ତି, ଶକୁନ୍ତଳା ତ୍ରିପାଠୀ, ଝୁନି ଚଲାନ, ମାନିନୀ ମେହେର, ନରେଶ ସୁନାନି ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ସଭା ଶେଷରେ ଜିଲା ସାଙ୍ଗଠନିକ ସମ୍ପାଦକ ହରେକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।