
ରାଉରକେଲା, ରାଉରକେଲା ସହରରେ ନୂଆକରି ଆରମ୍ଭ ହୋଇଥିବା ବିମାନ ସେବା ର ୨ୟ ଦିନରେ ଜଣେ ବ୍ୟକ୍ତି ଗତକାଲି ସମସ୍ତ ଆଇନକୁ ବେଖାତିର କରି ଚୋରାରେ ୭ ରାଉଣ୍ଡ ଗୁଳି ଧରି ବିମାନକୁ ଯାଉଥିବା ବେଳେ ସେଠାରେ ଥିବା ସିକ୍ୟୁରିଟି ଅଧିକାରୀଙ୍କ ଦ୍ଵାରା ଧରା ପଡିଥିଲା। ଏହି ଘଟଣାରେ ରାଉରକେଲା ପୁଲିସ ସେହି ବ୍ୟକ୍ତିଙ୍କ ବିରୋଧରେ କୌଣସି ମାମଲା ରୁଜୁ ନକରି ତାଙ୍କୁ ଗିରଫ ନକରି କିଭଳି ଖାଲି ପଚରା ଉଚରା କରି ଛାଡି ଦେଲେ ଓ ଏହା ପଛର ରହସ୍ୟ କଣ କିଏ ସେହି ପ୍ରଭାବଶାଳି ବ୍ୟକ୍ତି, ତାଙ୍କର ପୃଷ୍ଠଭୂମୀ କଣ ତାକୁ ନେଇ ଏବେ ଜାଣିବା ଶୁଣିବା ମହଲରେ ଆଲୋଚନା ଯୋର ଧରିଛି । ଗତକାଲି ଖେଳାଳି ମାନଙ୍କୁ ଧରି ରାଉରକେଲା ଆସିଥିବା ୨ଟି ଚାର୍ଟାଡ ବିମାନରେ ଯାତ୍ରୀ ସେବା ରଖାଯାଇଥିବା ବେଳେ ଏୟାରପୋର୍ଟର କାଗଜପତ୍ର ଅନୁସାରେ ଖୋର୍ଦ୍ଧା ଅଂଚଳର ଜଣେ ବ୍ୟବସାୟୀଙ୍କ ବ୍ୟାଗ ତନଖି ବେଳେ ସେଥିରୁ ୭ ରାଉଣ୍ଡ ଅଫୁଟା ଗୁଳି ବାହାରିଥିଲା। ପରେ ସେଠାରେ ରାଉରକେଲା ପୁଲିସ ଦ୍ଵାରା ନିଯୁକ୍ତ ଥିବା ସୁରକ୍ଷା ଅଧିକାରୀ ନିକଟସ୍ଥ ଛେଣ୍ଡ ଥାନାରେ ସେହି ବ୍ୟକ୍ତିଙ୍କୁ ଜିମା ଦେବା ସହ ଏତଲା ମଧ୍ୟ ଦେଇଥିଲେ । ହେଲେ ଛେଣ୍ଡ ପୁଲିସ ତାଙ୍କୁ ପଚରା ଉଚରା କରି କେଉଁ ଆଇନ ବଳରେ ଛାଡି ଦେଲେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାରଣ ନିୟମ ଅନୁଶାରେ, ଜଣେ ବ୍ୟକ୍ତି ଜଦି ନିଜର ଲାଇସେନ୍ସ ବଂଧୁକ କିମ୍ବା ଗୁଳି ନେଇ ବିମାନରେ ଜିବ ତେବେ ତାଙ୍କୁ ଏଥିଲାଗି ପୂର୍ବରୁ ଅନୁମତି ନେବା ଦରକାର, ସେହି ଅନୁମତି ସେହି ଏୟାରପୋର୍ଟରେ ମିଳେ ଯେଉଁଠି ମାରଣାସ୍ତ୍ର ନେବାଲାଗି ବିମାନରେ ବ୍ୟବସ୍ଥା ରହିଥାଏ ଅର୍ଥାତ ସେହିଭଳି ବିମାନ ଚାଲୁଥିବ ଯେଉଁଥିରେ ମାରଣାସ୍ତ୍ର ଲାଗି ଯାଗା ରହିଥିବ । କିନ୍ତୁ, ଗତକାଲି ରାଉରକେଲାରେ ଯାହା ଘଟିଛି ଯେଉଁ ବ୍ୟକ୍ତିଙ୍କ ପାଖରୁ ଗୁଳି ଜବତ ହୋଇଛି ତାଙ୍କ ପାଖରେ କୌଣସି ଅନୁମତି ନଥିଲା ବୋଲି ତାଙ୍କୁ ଥାନାରେ ଦିଆଗଲା ଏବଂ ଏଠାରେ ଚାଲିଥିବା ବିମାନ ଗୁଡିକରେ ମାରଣାସ୍ତ୍ର ନେବା ଲାଗି କୌଣସି ସୁବିଧା ନାହିଁ ବୋଲି ବିମାନ ସେବା ଦେଉଥିବା ସଂସ୍ଥାର ସର୍ବଭାରତୀୟ ସ୍ତରର ବରିଷ୍ଠ ଅଧିକାରୀ ଜଣାଇଛନ୍ତି । ଯଦି ମାରଣାସ୍ତ୍ର ନେବାଲାଗି ସୁବିଧା ନାହିଁ, ଅନୁମତି ମଧ୍ୟ ମିଳିବାର ସମ୍ଭାବନା ନାହିଁ, ତାଙ୍କର ଲାଇସେନ୍ସ ମଧ୍ୟ ସେ ଦେଖାଇପାରିନାହାନ୍ତି ତେବେ କେଉଁ ନିୟମ ଆଧାରରେ ରାଉରକେଲା ପୁଲିସ ଏଭଳି ଏକ ସଂଗୀନ ମାମଲାରେ ସେ ବ୍ୟକ୍ତିଙ୍କୁ ଛାଡିଦେଲା ତାହା ଏବେ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏନେଇ ଛେଣ୍ଡ ପୁଲିସ କହିଛି, ସମ୍ପୃକ୍ତ ବ୍ୟକ୍ତିଙ୍କର ନାମ ବାସୁଦେବ ସ୍ଵାଇଁ। ସେ ରାଉରକେଲା ଝିରିପାଣି ଅଂଚଳର ବ୍ୟକ୍ତି। ତାଙ୍କର ରାଉରକେଲା ଇସ୍ପାତ କାରଖାନା ଭିତରେ ବ୍ୟବସାୟ ରହିଛି। ତାଙ୍କର ବଂଧୁକ ଲାଇସେନ୍ସ ମଧ୍ୟ ରହିଛି । ତେବେ ଏଭଳି ମାମଲାରେ ଆଇନ କଣ କହୁଛି ପଚରା ଯିବାରେ ସେ କହିଛନ୍ତି ଘଟଣା ସଂପର୍କରେ ତର୍ଜମା ଚାଲିଛି, ସମୟ ଅନୁଶାରେ ପଦକ୍ଷେପ ନିଆଜିବ ।
ଅନ୍ୟପକ୍ଷରେ ଏନେଇ ଅବସରପ୍ରାପ୍ତ ବରିଷ୍ଠ ପୁଲିସି ଅଧିକାରୀ ମାନେ କହିଛନ୍ତି, ଯଦି କୌଣସି ଅନୁମତି ନାହଁ ତେବେ ଆଇନ ଅନୁଶାରେ ଆର୍ମସ ଆକ୍ଟ ଧାରା ୨୫ ଓ ୨୭ ଅନୁସାରେ ତାଙ୍କୁ ଗିରଫ କରାଜିବା କଥା ଛାଡିଦେଲେ କେମିତି ? ଏଠି ସମସ୍ତ ପକ୍ଷକୁ ବିଚାର କରାଜିବା ସହ ସେ ବ୍ୟକ୍ତି କିଏ, ପୁଲିସ ଗୋଟିଏ କଥା କହୁଥିବା ବେଳେ ତାଙ୍କର ଟିକେଟ ରେକର୍ଡ କହୁଛି ସେ ଖୋର୍ଦ୍ଧା ଅଂଚଳର, ଆଉକିଛି କହୁଛନ୍ତି ସେ ବଡବିଲ ଯୋଡା ଅଂଚଳର ଆଉ କିଏ କହୁଛି ମେଡିସିନ ବେପାରୀ। ତେବେ ବାସ୍ତବ ସତ୍ୟ କଣ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଉରକେଲା ସହରକୁ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସି ଫେରିଛନ୍ତି, ରାଜ୍ୟର ବିଭିନ୍ନ କୋଣରୁ ବହୁ ନେତା ମଧ୍ୟ ଆସିଥିଲେ, ଆଗକୁ ବିଶ୍ଵ ହକି, ଏତିକି ବେେଳେ ନୂଆ କରି ୨ ଦିନ ତଳେ ଆରମ୍ଭ ହୋଇଥିବା ବିମାନ ସେବା ଭିତରେ ଏଭଳି ଘଟଣା ପୁଣି ତାକୁ ପୁଲିସ ପଚାରି ଦେଇ ଛାଡି ଦେବା କେତେ ଦୂର ଯକ୍ତି ଯୁକ୍ତ।