-
ଅମଲାତନ୍ତ୍ରକୁ ବିଜେଡିର ସ୍ୱାର୍ଥ ସାଧନ ନିମନ୍ତେ ବ୍ୟବହାର କରିବା ଗଣତନ୍ତ୍ର ପ୍ରତି ବିପଦ : ସୁଦର୍ଶନ ନାୟକ
-
ବିଜୁ ଜନତା ଦଳ ସରକାର ଓଡିଶାରେ ଏକ “ବିଜେଡି ପ୍ରଶାସନିକ ଅଧିକାରୀ” ମେଂଟ କରୁଛନ୍ତି
-
ବିଜେଡି ସରକାରଙ୍କ ଏହି ନିଯୁକ୍ତି ମନୋମୁଖୀ ଓ ଅଣସାମ୍ବିଧାନିକ
-
ତାଙ୍କ ନିଯୁକ୍ତିକୁ ତୁରନ୍ତ ବାତିଲ କରାଯାଉ
-
ବିଜେଡି ସରକାର ଅମଲାତନ୍ତ୍ରକୁ ରାଜନୈତିକକରଣ କରିବା ସହ ପ୍ରଶାସନ ଅଧିକାରୀଙ୍କୁ ନିଜ ଇସାରାରେ ନଚାଇବାର ହୀନ ଉଦ୍ୟମରୁ ନିବୃତ ରହୁ
ଭୁବନେଶ୍ୱର, ରାଜ୍ୟ ସରକାର ସର୍ବଦା ଅସାମ୍ବିଧାନିକ କାର୍ଯ୍ୟ କରିବାରେ ସିଦ୍ଧହସ୍ତ । ଓଡ଼ିଶା ସରକାର ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସବୁବେଳେ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରିଥାଏ ଏବଂ ଆଜି ବି ସେମିତି ଏକ କାର୍ଯ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାର ବିନା ବିଜ୍ଞାପନରେ କିଭଳି ମନୋଜ ମିଶ୍ରଙ୍କୁ ଶାସନ ସଚିବ ନିଯୁକ୍ତି ଦେଲେ ତାହାର ଜବାବ ଦିଅନ୍ତୁ ବୋଲି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବୃଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ଶ୍ରୀ ସୁଦର୍ଶନ ନାୟକ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ, ଶ୍ରୀ ମିଶ୍ର ପୂର୍ବରୁ ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସରେ ଜଣେ ଅଧିକାରୀ ଥିଲେ । ତାଙ୍କର ଡେପୁଟେସନ ଅବଧି ସରିବା ପରେ ସେ ଇଣ୍ଡିଆନ ରେଲୱେରେ ଜଏନ ନକରି ତାଙ୍କର ଇସ୍ତଫା ଦେଇଥିଲେ । ଭାରତ ସରକାର ତାଙ୍କର ଇସ୍ତଫା ଗ୍ରହଣ କରିବାର ପରଦିନ ଅର୍ଥାତ୍ ୨୯ ଡିସେମ୍ବର ୨୦୨୨ରେ ବେଆଇନ ଓ ଇଛାଧୀନଭାବେ ତାଙ୍କୁ ପ୍ରମୁଖ ଶାସନ ସଚିବ ପଦବୀରେ ଯୁକ୍ତି ଭିତିକ ନିଯୁକ୍ତି ଦେଇଛନ୍ତି, ଯାହା ଭାରତୀୟ ପ୍ରଶାସନିକ ଇତିହାସରେ ବିରଳ ଅଟେ । ଶ୍ରୀ ମିଶ୍ରଙ୍କୁ ଶାସନ ସଚିବ ପଦବୀରେ ଅଳଙ୍କୃତ କରି ରାଜ୍ୟ ସରକାର ସମ୍ବିଧାନର ଧାରା ୧୪ ଓ ୧୬କୁ ବିରୋଧ କରିବା ସହ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ଶ୍ରୀ ମିଶ୍ର ସୋସିଆଲ ମିଡିଆରେ ଏପରିକି ତାଙ୍କ ନିଜ ବ୍ୟକ୍ତିଗତ ହ୍ୱାଟ୍ସଆପ୍ରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅହଂକାରୀଭାବେ ଦର୍ଶାଇ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଦାଚାରୀଭାବେ ଦର୍ଶାଇ ଫଟୋକୁ ପ୍ରସାରଣ କରୁଛନ୍ତି । ଯଦି ମନୋଜ ବାବୁଙ୍କର ରାଜନୀତିରେ ଏତେ ରୁଚି ଅଛି ତାହାଲେ ସେ ନିଜେ ବିଜୁ ଜନତା ଦଳରେ ସାମିଲ ହୋଇଯାଆନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି ।
ଓଡ଼ିଶା ଆଇଏଏସ୍ କ୍ୟାଡରରେ ୯ଟି ପ୍ରମୁଖ ଶାସନ ସଚିବ ପଦବୀ ରହିଛି । ପ୍ରଶାସନର ଆବଶ୍ୟକତାକୁ ନେଇ ରାଜ୍ୟ ସରକାର ଚାହିଁଲେ ଆଉ ୯ଟି ଏକ୍ସ କ୍ୟାଡର ପଦବୀରେ ଏଭଳି ନିଯୁକ୍ତି ଦେଇପାରନ୍ତି । କିନ୍ତୁ ଓଡ଼ିଶାରେ ଏସବୁ କ୍ୟାଡର ଓ ଏକ୍ସ କ୍ୟାଡର ପଦବୀ ପୂରଣ ହୋଇସାରିଥିଲା । କୌଣସି ପଦବୀ ନଥାଇ ଶ୍ରୀ ମନୋଜ ମିଶ୍ରଙ୍କୁ କିଭଳି ପ୍ରମୁଖ ଶାସନ ସଚିବ ପଦବୀରେ ନିଯୁକ୍ତି ଦିଆଗଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ଇଛାଧୀନଭାବେ ଅମଣଲାତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ ଆରମ୍ଭ କରିସାରିଛନ୍ତି । ଓଡ଼ିଶା ଗଭର୍ଣ୍ଣମେଂଟ ରୁଲ୍ସ ଅଫ ବିଜନେସ୍ ଅନୁସାରେ ଜଣେ ଶାସନ ସଚିବ ବିଭିନ୍ନ ଷ୍ଟାଚ୍ୟୁଟାରୀ ଦାୟୀତ୍ୱ ନିର୍ବାହ କରିଥାନ୍ତି । ଏପରିକି ବିଭିନ୍ନ ଆର୍ôଥକ କ୍ଷମତାର ଅଧିକାରୀ ହୋଇଥାନ୍ତି । ଜଣେ ଚୁକ୍ତିଭିତିକ ଶାସନ ସଚିବ ଏଭଳି କ୍ଷମତାର ଅଧିକାରୀ ହୋଇ କିଭଳି ନିରପେକ୍ଷତା ଅବଲମ୍ବନ କରିବେ, ତାହା ସାଧାରଣରେ ଅନୁମେୟ । ଶ୍ରୀ ମିଶ୍ର ଆଇଟି କିମ୍ବା ଇଲୋଟ୍ରୋନିକ୍ସର ବିଶେଷଜ୍ଞ ନୁହଁନ୍ତି । ତାଙ୍କୁ ଏଭଳି ବେଆଇନ ନିଯୁକ୍ତି ଦେବାରେ କି ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
ଶ୍ରୀ ମିଶ୍ରୁଙ୍କ ମୁଖ୍ୟ ଶାସନ ସଚିବ କିମ୍ବା ସ୍ୱତନ୍ତ୍ର ଶାସନ ସଚିବଭାବେ ଚୁକ୍ତିଭିତିରେ ସରକାର ନିଯୁକ୍ତି ଦେଇ ଅମଲାତନ୍ତ୍ରକୁ ବିଜେଡିର ସ୍ୱାର୍ଥସାଧନ ନିମନ୍ତେ ବ୍ୟବହାର କରିବା ଗଣତନ୍ତ୍ର ପ୍ରତି ବିପଦ । ବେଆଇନ ଓ ଅଣସାମ୍ବିଧାନିକ ନିଯୁକ୍ତିକୁ ତୁରନ୍ତ ବାତିଲ କରାଯାଉ ଏବଂ ଅମଲାତନ୍ତ୍ରକୁ ସ୍ୱାଧୀନ ଓ ନିରପେକ୍ଷଭାବେ ଲୋକଙ୍କର ସେବା କରିବା ପାଇଁ ପ୍ରେରିତ କରାଯାଉ ଶ୍ରୀ ନାୟକ ଦାବି କରିଛନ୍ତି ।
ସମସ୍ତ ବିଧିବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ସମ୍ବିଧାନକୁ ବେଖାତିର କରି ଗୋଟିଏ ପ୍ରତିବଦ୍ଧତା ଅମଲାତନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଓଡ଼ିଶାରେ ନବୀନ ବାବୁଙ୍କ ସରକାର ପ୍ରଚେଷ୍ଟା ଜାରି ରଖିଛି । ଯଦି ରାଜ୍ୟ ସରକାର ଏଭଳି ନିଯୁକ୍ତି ଦିଅନ୍ତି ତାହାଲେ ନିରପେକ୍ଷ ଓ ଆଇନ ଅନୁସାରେ କାର୍ଯ୍ୟ କପିରି ହେବ ? ରାଜ୍ୟ ସରକାର ଓଡ଼ିଶାର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଅମଲାତନ୍ତ୍ରୀ ସୃଷ୍ଟି କରିବା ସହ ଭବିଷ୍ୟତରେ ଉଚ୍ଚ ପଦ ଓ ପଦବୀ କିଣାବିକା ହେବାର ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ବିରଚିଂ ନାରାୟଣ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା ଓ ଅନୀଲ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ ।