ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ଏମ୍ସରେ ସମସ୍ତ ଏମ୍ସର ଷଷ୍ଠ ସେଂଟ୍ରାଲ ଇନଷ୍ଟିଚ୍ୟୁଟ ବଡିର ବୈଠକ ଆରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ଭାଇ ମଣ୍ଡାଭିୟା , ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏହି ବୈଠକକୁ ଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ଭାଇ ମଣ୍ଡାଭିୟାଙ୍କ ଅଧ୍ୟକ୍ଷତାରେ ଚାଲି ଥିବା ଏହି ବୈଠକରେ ରାଜ୍ୟସଭା ସାଂସଦ ଡ. ଅନୀଲ ଜୈନ, ଲୋକସଭା ସାଂସଦ ରମେଶ ବିଧୁଡୀ ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡ. ଭିକେ ପଲ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ସଚିବ, ଡାଇରେକ୍ଟର ଜେନେରାଲ ହେଲଥ ସର୍ଭିସେସ ଡ. ଅତୁଲ ଗୋଏଲ ଦେଶର ସମସ୍ତ ଏମ୍ସର ନିର୍ଦେଶକ, କାର୍ଯ୍ୟକାରୀ ନିର୍ଦେଶକ ମାନେ ଯୋଗ ଦେଇଛନ୍ତି ।