ଭୁବନେଶ୍ୱର – ହାଇଦ୍ରାବାଦ ଡ଼ାକ୍ତରାଣୀ ପି୍ରୟଙ୍କା ରେଡ଼ିଙ୍କୁ ବର୍ବୋରଚିତ ବଳାକ୍ରାର ଓ ହତ୍ୟା ପ୍ରତିବାଦରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମାଷ୍ଟର କ୍ୟାଂଟିନ ଛକଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁÂିତ ହୋଇଯାଇଛି ।
ପ୍ରିୟଙ୍କା ରେଡ଼ିଙ୍କ ବଳାକ୍ରାର ଓ ହତ୍ୟାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ ସହିତ ମଦ ଓ ଅଶ୍ଲିଳତାର ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ ବିକ୍ଷୋଭକାରୀମାନେ ଦୃଢ ଦାବୀ କରିଥିଲେ । ସଂଗଠନର ରାଜ୍ୟ ସଭାନେତ୍ରୀ ବିଣାପାଣୀ ଦାସଙ୍କ ସଭାପତିତ୍ୱରେ ଅନୁÂିତ ଏହି ପ୍ରତିବାଦ ବିକ୍ଷୋଭରେ ରାଜ୍ୟ ଉପସଭାନେତ୍ରୀ ଛବି ମହାନ୍ତି, ଶୁଭ୍ରାଶ୍ରୀ ଦାସ, ବିଜୟାଲକ୍ଷ୍ମୀ ପାତ୍ର, ପ୍ରବାସିନୀ ରାଉଳ, ପ୍ରଭାମଞ୍ଜୁଳା ବ୍ରହ୍ମ, ସୁନିତା ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।
Related Stories
November 23, 2024