
ପୁରୀ, ଶ୍ରୀରାଧାରମଣ ଫାଉଣ୍ଡେସନର ୩୩ତମ ପ୍ରତିଷ୍ଠା ଦିବସ ପୁରୀ ଧ୍ୟାନ ମନ୍ଦିର ଆଶ୍ରମ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ କ୍ଷେତ୍ର ଓ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋକଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଗୁରୁଚରଣ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡଃ. ମଳୟ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥ ଭାବେ ଓଡିଶାର ପୂର୍ବତନ ମନ୍ତ୍ରୀ ଡଃ. ଦେବେନ୍ଦ୍ର ମାନସିଂହ, କୋଲକତାର ବିଶିଷ୍ଟ ସଙ୍ଗୀତଜ୍ଞ ଦେବାଶିଷ ଚକ୍ରବର୍ତ୍ତୀ, ଭରତୀଆ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡଃ. କିଷନଲାଲ ଅଗ୍ରୱାଲ, ଆୟୁର୍ବେଦ ଶିରୋମଣୀ ଡାକ୍ତର ଏ .ନାରାୟଣ ଆଚାରୀ, ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରଦୀପ୍ତ ମିଶ୍ର, ନିର୍ମଳାକୃତି ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ, ସ୍ତମ୍ଭକାର ହରିଶଙ୍କର ମିଶ୍ର ,ଗବେଷକ ଶ୍ରୀନିବାସ ଆଚାର୍ଯ୍ଯ, ଡକ୍ଟର ଉମେଶଚନ୍ଦ୍ର ଚିନରା ଏବଂ ଏ .ଜଗନ୍ନାଥ ଆଚାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଟାଟା ମୁଖ୍ଯ ହସପିଟାଲର କ୍ରିଟିକାଲ କେୟାର ୟୁନିଟର ଅଧ୍ୟକ୍ଷ ତଥା ଫାଉଣ୍ଡେସନର ସଭାପତି ଜଗନ୍ନାଥ ଆଚାର୍ଯ୍ଯ ସଭାରେ ସଭାପତିତ୍ବ କରିଥିଲେ।
ଶେଷରେ ୧୦୦ ଜଣ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପଠନ ସାମଗ୍ରୀ ସହ ୪୦ ଜଣ ମହିଳା ଓ ପୁରୁଷ ଗରିବ ଲୋକଙ୍କୁ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିସହିତ ୪୦ ଜଣ ବିଭିନ୍ନ ବର୍ଗର ପ୍ରତିଭା ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଫାଉଣ୍ଡେସନର ସଦସ୍ଯ ନୀଳମଣି ଗୁରୁ ଧନ୍ଯବାଦ ଅର୍ପଣ କରିଥିଲେ ।