
ଗଂଜାମ, ବ୍ରହ୍ମପୁର ସିଟି ହସପିଟାଲ ଉପରେ ଜିଲାର ଅର୍ଦ୍ଧାଧିକ ଜନସାଧାରଣ ନିର୍ଭର କରନ୍ତି। ପ୍ରତ୍ଯକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି। କିନ୍ତୁ, ଡାକ୍ତର ରୋଗୀଙ୍କ ପାଇଁ ଯେଉଁ ସାଧାରଣ ଔଷଧ ଲେଖନ୍ତି ସେସବୁ ଔଷଧ ଡାକ୍ତରଖାନାରେ ମିଳୁନାହିଁ।ଡାକ୍ତର ତିନି ଚାରି ପ୍ରକାର ଔଷଧ ରୋଗୀଙ୍କୁ ଲେଖିଲେ ମାତ୍ର ଗୋଟିଏ କିମ୍ବା ଦୁଇଟି ଔଷଧ ଦିଆଯାଉଛି। ଅନ୍ଯ ଔଷଧ ବାହାରୁ କିଣିବାକୁ କୁହାଯାଉଛି। ଏପରିକି ବରିଷ୍ଠ ନାଗରିକ ମାନଙ୍କୁ ସାଧାରଣ ଉଚ୍ଚରକ୍ତଚାପ ପାଇଁ ଔଷଧ ଦିଆନଯାଇ ବାହାରୁ କିଣିନେବାକୁ କୁହାଯାଉଛି। ଫଳରେ ଏଠାକୁ ଆସୁଥିବା ରୋଗୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ତୁରନ୍ତ ସିଡିଏମଓ ଏହାର ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।