
ଜୟପୁର, ଦିଶା ଯୋଜନା ଅନୁଯାୟୀ ରାଷ୍ଟ୍ରୀୟ ଆଇନ ସେବା ଓ ରାଜ୍ୟ ଆଇନ ସେଵା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଅଧ୍ୟକ୍ଷ ସତ୍ୟ ନାରାୟଣ ମିଶ୍ର ଓ ସଚିବ ସୁମନ ଜେନାଙ୍କ ତତ୍ଵାବଧାନରେ ଅନ୍ତା ଗ୍ରାମପଞ୍ଚାୟତ, ପୂଜାରିପୁଟ ଗ୍ରାମ ଓ ବାୟାଗୁଡା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ – ଜୟପୁର ଏବଂ ଜିଲ୍ଲା ପ୍ରଶାସନ, କୋରାପୁଟଙ୍କ ସହଯୋଗରେ ଆଇନ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଶ୍ରମ ଅଧିକାରୀ, ଜୟପୁର ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କୋରାପୁଟ ସୁଶ୍ରୀ ରାଜଶ୍ରୀ ଦାଶ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜୟପୁର ସୁଶ୍ରୀ ନିଶା କେ.ଏସ., ଅତିରିକ୍ତ ଯନ୍ତ୍ରୀ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ବି.ବି. ସ୍ଵାଇଁ, ଗ୍ରାମପଞ୍ଚାୟତ ଅଧିକାରୀ ତଥା ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସଂଜୀବ ଅଧିକାରୀ, ବ୍ଲକ ପ୍ରୋଜେକ୍ଟ ମେନେଜର, ଜୟପୁର, ନମିତା ତ୍ରିପାଠୀ, ଭିଏଡବ୍ଲୁ, ଅନ୍ତା ଗ୍ରାମପଞ୍ଚାୟତ ରାଜେନ୍ଦ୍ର ପାଳ, ସରକାରୀ ଓକିଲ (ପୋକସୋ କୋର୍ଟ) ଡାଃ. ବି॰ ଗାୟିତ୍ରୀ ଦେବୀ, ପାନେଲ ଓକିଲ କେ. ଦିବାକର ରାଓ, ହରିଶ ଚନ୍ଦ୍ର ମୁଦୁଲି, ଚିନ୍ମୟ ପଟ୍ଟନାୟକ ଓ ପାରା ଲିଗାଲ ସ୍ଵେଚ୍ଛାସେବୀ, ଅନ୍ତା ଉନ୍ନତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଗଣ, ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମଞ୍ଚାସୀନ ସମସ୍ତ ବିଭାଗର ଅଧିକାରୀ ନିଜ ନିଜ ବିଭାଗର ଯୋଜନା ଉପରେ ଲୋକ ମାନଙ୍କୁ ଆଲୋକପାତ କରିବା ସହିତ ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର, ସ୍ଵାଧୀନତା ଓ ସୁରକ୍ଷାର ଅଧିକାର, ଆଇନଗତ ସମାନତା, ସାମାଜିକ ସୁରକ୍ଷାର ଅଧିକାର, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରଯାଇଥିଲା । ସେହିପରି ସମସ୍ତଙ୍କୁ ସମାନ ଆଇନ ମୁତାବକ ସମାନୁପାତିକ ବିଚାର, ଆରକ୍ଷଣ ଆଈନ ଭଳି ବିଭିନ୍ନ ଆଇନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଆଇନ ସେବାର ବିଭିନ୍ନ ଯୋଜନା, ମାନବାଧିକାର ଓ ସାମାଜିକ ଦାୟିତ୍ଵ ସମ୍ପର୍କରେ ମଧ୍ୟ ଅତି ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ଆଇନ ସେବାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନତା ଓ ସାମାଜିକ ସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ ଓ ପରିଶେଷରେ ଛାତ୍ରଛାତ୍ରୀ ଓ ସମାଜର ବୁଦ୍ଧିଜୀବୀ ମାନଙ୍କର ମାନବାଧିକାରକୁ ସାବ୍ୟସ୍ତ କରିବାରେ ଗୁରୁ ଦାୟିତ୍ଵ ରହିଛି ବୋଲି ଆହ୍ଵାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓକିଲ(ପୋକସୋ କୋର୍ଟ) ଡାଃ. ବି. ଗାୟିତ୍ରୀ ଦେବୀ ପରିଚାଳନା ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।