ଭବାନୀପାଟଣା, ବୀରଚରଣ ମାଝୀ ହତ୍ୟାକାଣ୍ଡର ଖୋଲୁଛି ଅନେକ ଗୁମର। ଏହା ଏକ ପ୍ରିପ୍ଳାନିଙ୍ଗ୍ ମଡ଼ର୍ର ଦିଗରେ ଗତି କରୁଥିବା ବେଳେ, ମୂଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଉନି ଛତିଶଗଡ଼ ପୋଲିସ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ଅଧିନରେ ଥିବା ଝୁଲେନବର ଗ୍ରାମର ବୀରଚରଣ ମାଝୀ (୫୫)। ଜାନୁଆରୀ ୨ ତାରିଖ ଦିନ ଛତିଶଗଡ଼ ଦେଭୋଗ ଥାନା ଅନ୍ତର୍ଗତ ଗୋଏଁରାପଦର ଗାଁ ନିକଟସ୍ଥ ଏକ ପାଲ ଗଦାରେ ବୀରଚରଣ ମାଝୀଙ୍କ ମୃତଦେହ ଉଦ୍ଧାର କରିଥିଲା ଦେଭୋଗ ପୋଲିସ। ଛତିଶଗଡ଼ ଗୋଏଁରାପଦର ନିକଟସ୍ଥ ତେତେଲପଡା ଗ୍ରାମର ଜୟସିଙ୍ଗ ନାଗେସ ପିତା ଭୁଜଭଲ ନାଗେସ ବୀରଚରଣ ମାଝୀଙ୍କ ପୂର୍ବ ସମ୍ପର୍କ ଥିବାବେଳେ ଅନେକ ସମୟରେ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହେଉଥିବା ସୂଚନା ମିଳିଛି। ଗତ ୨ ତାରିଖ ଦିନ ଫୋନ୍ ମାଧ୍ୟମରେ କୈାଣସି ଗାଁ କୁ ଗୁଣିଗାରୁଡି ତଥା ଗୃହ ପ୍ରତିଷ୍ଠା କରିବା ପାଇଁ ଡାକିଥିବାବେଳେ ବୀରଚରଣ ନିଜ ପଡୋଶୀ ଦଖିଲ ମାଝୀ ପିତା ଡମ୍ବବୁଡା ମାଝୀ ଏବଂ ଟୁନା ମାଝୀ ପିତା ଅଶ୍ୱିନୀ ମାଝୀଙ୍କୁ ସାଙ୍ଗରେ ଧରି ଏକ ମୋଟରସାଇକେଲ ଯୋଗେ ଛତିଶଗଡ଼ ଗୋଏଁରାପଦର ଯାଇଥିଲେ। ସେହିଠାରୁ ତେତେଲପଡାର ଜୟସିଙ୍ଗ ନାଗେସ ରାତି ଆଠ ଟା ସମୟରେ ତାର ନିଜ ମୋଟରସାଇକେଲ ଯୋଗେ ବୀରଚରଣକୁ ବସାଇ ଛତିଶଗଡ଼ ଅଞ୍ଚଳର ଅଠରନଳା ନିଛାଟିଆ ଘଞ୍ଚ ଜଙ୍ଗଲକୁ ନେଇ ଯାଇଥିଲେ। ସେହି ପାଖରେ ଜୟସିଙ୍ଗ ନାଗେସ ଏକ ପନ୍ଦର ଷୋହଳ ଜଣିଆ ଗୁଣ୍ଡା ଦଳକୁ ଯୋଗାଇଥିଲେ ସେହି ଗୁଣ୍ଡା ମାନେ ଜୟସିଙ୍ଗ ନାଗେସ ସହ କଥାବାର୍ତ୍ତା ହୋଇ ବୀରଚରଣ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଟୁନା ମାଝୀ ଘଟଣାକୁ ଦେଖି ଜଙ୍ଗଲ ଲଟାବୁଦାରେ ଲୁଚିଛପି ଫେରାର୍ ହୋଇଥିଲେ। ଦଖିଣ ମାଝୀ ଏବଂ ଜୟସିଙ୍ଗ ତଥା ଗୁଣ୍ଡା ଗୋଷ୍ଠୀ ମିଶି ବୀରଚରଣକୁ ରକ୍ତାକ୍ତ ଅବସ୍ଥାରେ ଗୋଏଁରାପଦରକୁ ରାତି ୩ଟା ସମୟରେ ଛାଡ଼ିଦେଇ ଫେରାର୍ ହୋଇଯାଇଥିଲେ। ଦଖିଲ ମାଝୀ ଏବଂ ଟୁନା ମାଝୀ ଘରକୁ ଆସି ଜଣାଇବାରୁ ଶୁକ୍ରବାର ଦିନ ନକଟିକାନୀ ଗ୍ରାମପଞ୍ଚାୟତ ସରପଞ୍ଚ ପାର୍ଟି କେଶବ ମାଝୀଙ୍କ ଉଦ୍ୟମ କ୍ରମେ ପାଖପଡୋଶୀଙ୍କୁ ଧରି ଘଟଣାସ୍ଥଳକୁ ପହଞ୍ଚି ତନାଘନା କରିଥିବାରୁ ଦଖିଲ ମାଝୀ ଗୋଏଁରାପଦର ନିକଟସ୍ଥ ଏକ ପାଳ ଗଦାରେ ଶବ ଅଛି ବୋଲି ଦେଖାଇଥିଲେ। ଦେଭୋଗ ପୋଲିସ ଉପସ୍ଥିତରେ ଶବ ଉଦ୍ଧାର କରି ପଞ୍ଚନାମା କରିବା ପାଇଁ ଦେଭୋଗ ମେଡିକାଲକୁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦେଖିଲ ମାଝୀ ଏବଂ ଟୁନା ମାଝୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଲେ ଜୟସିଙ୍ଗ ନାଗେସ ଫେରାର୍ ହୋଇଥିବା ଜଣାପଡିଛି। ହେଲେ ମୂଖ୍ୟ ଅଭିଯୁକ୍ତ କିଏ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡୁ ନାହିଁ। ଏହା ଉପରେ ବିହିତ ପଦକ୍ଷେପ ନିଆଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି।