ରାଉରକେଲା, ରାଉରକେଲା ସହରର ୭ ଜଣ ୟୁଟ୍ୟୁବ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀ ଆସିବା ଦିନ ପୋଲିସ ସେକ୍ଟର ୧୫ ଥାନା ପାଖରୁ ଉଠାଇନେବା ଓ ଝିରିପାଣି ଥାନାରେ ଥାନାରେ ୫ ଘଂଟା ଧରି ଅଟକ ରଖିବା ଘଟଣା ଏବେ ବି ଚର୍ଚ୍ଚାରେ ରହିଛି । ସହରର ବିଭିନ୍ନ ମହଲରେ ଏହା ଆଜି ବି ଚର୍ଚ୍ଚାର ବିଷୟ ହୋଇ ରହିଛି । ତେବେ ଏମାନଙ୍କର କ’ଣ ଭୁଲ ଥିଲା, କାହିଁକି ପୁଲିସ ଏମାନଙ୍କୁ ସେକ୍ଟର ୧୫ ଥାନା ପାଖରୁ ଉଠାଇନେଲା ।
ଖବରରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ ଆସିବା ଆଗରୁ ସ୍ଥାନୀୟ ଲୋକସମ୍ପର୍କ ବିଭାଗ କେବଳ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵିକୃତିପ୍ରାପ୍ତ ଗଣମାଧ୍ୟମର ପ୍ରାୟ ୨୫୦ ଜଣ ସାମ୍ବାଦିକଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିବା ବେଳେ ସହରର ୟୁଟ୍ୟୁବ ସାମ୍ବାଦିକ ସେଥିରୁ ବାଦ୍ ପଡିଥିଲେ । ପରେ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଡିଆଇପିଆରଙ୍କୁ ଜଣାଇଥିଲେ, ହେଲେ କିଛି ସୁଫଳ ମିଳିନଥିଲା । ଏହାପରେ ଏହି ୭ ଜଣ ସାମ୍ବାଦିକ ପ୍ରତିବାଦ ସ୍ଵରୁପ ମୁଖ୍ୟମନ୍ତ୍ରୀଙ୍କ ଆସିବା ଆଗରୁ ରିଂରୋଡ କଡରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ । ଖବର ପାଇ ପୁଲିସ ସେଠାରେ ପହଁଚି ସେମାନଙ୍କୁ ଉଠାଇ ନେଇ ଝିରିପାଣି ଥାନାରେ ଅଟକ ରଖି ସଂନ୍ଧ୍ୟା ୫ଟାରେ ଛାଡିଥିଲା ।
ଏହି ଘଟଣାକୁ ନେଇ ସେହି ଦଳର ସାମ୍ବାଦିକ ଅନନ୍ତ ପଟ୍ଟନାୟକ କହିଛନ୍ତି ଯେ, ଜଦି ଆମକୁ ସବୁ କାର୍ଯ୍ୟକ୍ରମରେ ଡକାଯାଉଛି ଆମେ ସବୁ ଗୁଡିକ କଭର କରୁଛୁ ତେବେ ଏଠି କାହିଁକି ବାରଣ କରାଗଲା, ଆମର ଭୁଲ୍ କେଉଁଠି ରହିଲା ? ସେପଟେ ସରକାରଙ୍କ ଲୋକ ସମ୍ପର୍କ ବିଭାଗର ନିୟମ ଅନୁଶାରେ କେବଳ ସରକାରଙ୍କ ଦ୍ଵାରା ସ୍ଵିକୃତିପ୍ରାପ୍ତ ମିଡିଆ ହିଁ ବଡ ବଡ ଭିଆଇପି ଭିଭିଆଇପିଙ୍କ ଗସ୍ତରେ ଯାଇପାରିବେ । ସୁରକ୍ଷା ଦୃଷ୍ଟି କୋଣରୁ ସେ ସବୁକୁ ସରକାରୀ ବାବୁ ମାନେ ପାଳନ କରିବାକୁ ବାଧ୍ୟ । ଏହାରି ଭିତରେ ଯୋଗ ସୂତ୍ରର ଅଭାବ ଲାଗି ହୁଏତ ଏଭଳି ବୁଝାମଣାର ଅଭାବ ରହିଲା, ତେଣୁ ୭ ଜଣ ଯାକ ଥାନାରେ ବସିଲେ ବୋଲି ଆଲୋଚନା ଚାଲିଥିଲା ବେଳେ ୟୁଟ୍ୟୁବ ସାମ୍ବାଦିକ ମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ବଡ ଦୁଃଖଦାୟକ ଖବର ବୋଲି ଜାଣିବା ଶୁଣିବା ମହଲରେ ଆଲୋଚନା ଚାଲିଛି । ଅନ୍ୟପକ୍ଷରେ କେବଳ ଭିଭିଆଇପିଙ୍କ ଗସ୍ତ ଅପକ୍ଷା ଉଭୟ ସରକାର ଜନସାଧାରଣଙ୍କ ଲାଗି ଦେଉଥିବା ଅର୍ଥ ସଠିକ୍ ରାସ୍ତାରେ ଖର୍ଚ୍ଚ ହେଉଛିକି ନାହିଁ ସାଧାରଣ ଲୋକଟିଏ ଆମ ବ୍ୟବସ୍ଥାରୁ ସୁବିଧା, ନ୍ୟାୟ ପାଉଛି କି ନାହିଁ ସେ ଦିଗରେ ସାମ୍ବାଦିକତା ଅଧିକ ହୋଇପାରିଲେ ବାସ୍ତବରେ ଏହି ପେଶା ଆହୁରି ଅଧିକ ଜୀବନ ପାଇବ ଓ ଲୋକେ ଉପକୃତ ହେବେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।