ବଲାଙ୍ଗିର, ଆଜିଠାରୁ ଆରମ୍ଭ ହେଉଥିବା ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାରେ କୋଶଳ କଳାମଣ୍ଡଳରେ ପହଞ୍ଚିଲା ଦୀପ । ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜିଠାରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ଠାରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ନିକଟସ୍ଥ ମଠଖାଇ ଗୁଡ଼ିରୁ ଆଜି ପ୍ରତ୍ୟୁଷରୁ ଭୂମିକା ପରିବାର ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଚିତ୍ତରଞ୍ଜନ ଦାଶ, ସନାତନ ଠାକୁର, ନିମାଇଁ ଚରଣ ପାଣିଗ୍ରାହୀ, ଚଗଲା ପରିଚ୍ଛା, ମୁକେଶ ବହିଦାର, ମନୋରଞ୍ଜନ ଦାସ, ଧର୍ମେନ୍ଦ୍ର ନନ୍ଦ, ଜିତେନ୍ଦ୍ର ତ୍ରିପାଠୀ, ବିଜନ ମହାନ୍ତି, ଅଙ୍କୁଶ ପାଣ୍ଡିଆ ତଥା ଅନ୍ୟମାନେ ସକାଳୁ ସକାଳୁ ମଠଖାଇ ଗୁଡ଼ିରେ ପୂଜା ଅର୍ଚ୍ଚନା କରି ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ସଂକଳ୍ପ ସହ ଦୀପ ଉଠାଇଛନ୍ତି । ପରେ କଳାମଣ୍ଡଳରୁ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୀପ କୋଶଳ କଳାମଣ୍ଡଳର ମଞ୍ଚରେ ଅଧିଷ୍ଠିତ ହୋଇଛି । ଶୋଭାଯାତ୍ରାରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସମେତ କଳାକାର କମିଟି ସଦସ୍ଯ ମାନେ ଘଣ୍ଟ ପାର୍ଟି, ସଙ୍କୀର୍ତ୍ତନ, ମୟୂର ନୃତ୍ୟ ବିଭିନ୍ନ ବାଦ୍ୟ ଦଳ ମା ସମଲେଶ୍ଵରୀ ଓ ପାଟଣେଶ୍ଵରୀ ମନ୍ଦିରକୁ ଯାଇଥିଲେ।
ଆଜି ସନ୍ଧ୍ୟାରେ ହିନ୍ଦୀ ନାଟକ କୋର୍ଟ ମାର୍ଶଲ ପ୍ରସ୍ତୁତ କରିବେ ଝାଡ଼ଖଣ୍ଡ ଦଳ, ଡାଲଖାଇ ନୃତ୍ୟ ଢୋଲ ମହୁରୀ କଳା ପରିଷଦର ପ୍ରସ୍ତୁତି ହେବ। ସନ୍ଧ୍ୟା ୬ଟା ୪୫ ରେ ସାଧରଣ ସଭାରେ ମନ୍ତ୍ରୀ ରଜେନ୍ଦ୍ର ଢୋଲକିଆ ସାଂସଦ ସଂଗୀତା ସିଂହଦେଓ ଯୋଗଦେବେ ବୋଲି ସୂଚନା ରହିଛି।