ବଲାଙ୍ଗିର, ବଲାଙ୍ଗିରରେ ବିଧାନସଭା ଗୃହ କମିଟିର ବୈଠକ ଆରମ୍ଭ ହୋଇଛି । ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଏହି ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି । ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଲକ୍ଷ୍ମୀଯୋର ଏବଂ ମହାରାଣୀ ସାଗରର ଉନ୍ନୟନ ପାଇଁ ଆସିଥିବା ଅର୍ଥର ବିନିଯୋଗ ସମ୍ପର୍କରେ ଆଲୋଚନା ହେବ ।
ଏହି ବୈଠକରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ସମେତ ଭୁବନେଶ୍ଵରରୁ ଆସିଥିବା ବିଭିନ୍ନ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିଛନ୍ତି ।