
ବଲାଙ୍ଗିର,ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାରସବାହାଲ ଗ୍ରାମର ରୋହନ ମହାକୁର (୧୯) ଦେଓଗାଁ ଡାକ ବଙ୍ଗଳା ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ଗତ ରାତିରେ ରୋହନ ନିଜ କାମ ସାରି ଘରକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ବଙ୍ଗଳା ଛକ ନିକଟରେ ଏକ ବାଲି ଗଦା ରେ ଚକା ସ୍ଲିପ୍ ହୋଇ ପଡ଼ି ଯାଇଥିଲେ। ଫଳରେ ରୋହନଙ୍କ ଡାହାଣ ହାତ ଫେକଚର୍ ହେବାସହିତ ମୁହଁରେ ଆଘାତ ଲାଗିଥିଲା। ତାଙ୍କ ଘର ଲୋକେ ଖବର ପାଇବା ପରେ ରୋହନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ର ଅସ୍ଥି ଶଲ୍ୟ ବିଭାଗରେ ଭର୍ତି କରିଥିଲେ।