ଭବାନୀପାଟଣା, ୨୫ ତମ କଳାହାଣ୍ଡି ଉତ୍ସବ ୨୦୨୩ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ମହୁଲପାଟଣା ନିକଟସ୍ଥ ସ୍ଥାନୀୟ ଇନ୍ଦ୍ରାବତୀ ଜଳଭଣ୍ଡାର ପରିସର ମଧ୍ୟରେ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ସହ ପି.ଏ., ଆଇ.ଟି.ଡି.ଏ. ବିରଞ୍ଚି ନାରାୟଣ ଦରୁଆଁ, ବିଡିଓ ଶୁଭକାନ୍ତ ନାଏକ, ତହସିଲଦାର ଇଶ୍ଵର ଚନ୍ଦ୍ର ଦାସ, ଡିଡବ୍ଲୁଓ ବଳବନ୍ତ ରାୟ, ଡିସିଓ ଅର୍ପିତା ବେହେରା, ଡିଆଇପିଆରଓ ମନୋଜ ବେହେରା, ନୌକା ଚାଳନା ଓ ତୀର ଚାଳନା କମିଟି ଅଧ୍ୟକ୍ଷ ପଦ୍ମ କେଶରୀ ପୂଜାରୀ, ପ୍ରଚାର ଓ ବିଜ୍ଞପ୍ତି କମିଟି ଅଧ୍ୟକ୍ଷ ଶାନ୍ତନୁ ବେହେରା, ମଶାଲ ଯାତ୍ରା କମିଟି ଅଧ୍ୟକ୍ଷ ଭବାନୀ ନିଆଲ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବସନ୍ତ ନାୟକ, ଏମଏମପିଏସ୍ ମହାବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବିଇଓ ଲୋକନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ସଭାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା ପରେ ପି ଏ, ଆଇ ଟି ଡି ଏ ଏହି ପ୍ରତିଯୋଗିତା ଉପରେ ସମ୍ୟକ୍ ସୂଚନା ଦେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ସ୍ଥାନୀୟ ଲୋକଙ୍କର ଆନ୍ତରିକତା ଓ ବହୁ ସଂଖ୍ୟାରେ ଖେଳାଳିଙ୍କ ପଞ୍ଜିକୃତକୁ ପ୍ରଶଂସା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ। ଗଭୀର ଜଳରାଶିରେ ନୌକା ପ୍ରତିଯୋଗିତାରେ ୧୧ ଟି ନୌକା ଏବଂ ତୀର ଚାଳନାରେ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ନୌକା ଚାଳନାରେ ଫୁକିଯାଲ ଗ୍ରାମର ଚନ୍ଦ୍ର ମାଝୀ ଓ ଦିବନ୍ ମାଝୀ ପ୍ରଥମ, କମଲାଗୁଡ଼ା ଗ୍ରାମର କାଳିଆ ମାଝୀ ଓ ସଦା ମାଝୀ ଦ୍ଵିତୀୟ, ସାନ ଛତରଙ୍ଗ ଗ୍ରାମର ଫଗୁଣ ମାଝୀ ଓ ଇନ୍ଦ୍ର ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ତୀର ଚାଳନାରେ ଶିକପୂର୍ଜିର ଶୁଭ ଜାନି ପ୍ରଥମ, କାଦେପଦରର ଜୁଳୁ ମାଝୀ ଦ୍ଵିତୀୟ ଏବଂ ଛାବ୍ରି ର ଟୁକୁ ମାଝୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ। ଏହା ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମ ବିକାଶ ଶିକ୍ଷା ନିକେତନ, କୁମୁଡ଼ା ବାହାଲ, ଗୋପାଳପୁର ହାଇସ୍କୁଲ , ଥୁଆମୂଳ ରାମପୁର ମହାବିଦ୍ୟାଳୟ, ବିସମଗିରି ହାଇସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ, ଢେମସା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
ଏହି ପ୍ରତିଯୋଗିତାକୁ ପରିଚାଳନାରେ ସୁନିଲ ବେହେରା,ଭୀମସେନ ସାହୁ, ଭାରତ ଭୁଷଣ ଚଲାନ୍, ଭାରତ ଭୁଷଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସଭାରେ କେନ୍ଦୁମୁଣ୍ଡି, ସାନଛତରଙ୍ଗ ତଥା ଆଖପାଖ ପଞ୍ଚାୟତ ର ବହୁ ଜନସାଧାରଣ, ଥୁଆମୂଲ ରାମପୁର କଲେଜର ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ କମିଟିର କର୍ମକର୍ତ୍ତା, ଆଇଟିଡିଏ କାର୍ଯ୍ୟାଳୟର କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ପୋଲିସ ଉପସ୍ଥିତ ଥିଲେ ।