ସାକ୍ଷୀଗୋପାଳ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ୪୬ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଜାନୁଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବ୍ଲକର ତହସିଲଦାର ଜୟନ୍ତ କୁମାର ଜୟସିଂହ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଧୂପଦୀପ ପ୍ରଦାନ ପୂର୍ବକ ରେଡ ରିବନ କାଟି ମଞ୍ଚ ଉପରେ ଉପବେସନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରତିକାନ୍ତ ପରିଡ଼ା ନିଜର ସଭାପତିତ୍ବ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ନିୟମାନୁବର୍ତ୍ତିତା ତଥା ଖେଳୁଆଡ଼ ମନୋଭାବ ପୋଷଣ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ୨ କ୍ରୀଡ଼ାର ଉପସଭାପତି ଡ଼ଃ. ଶଙ୍କର୍ଷଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ଅତିଥିମାନଙ୍କ ଦ୍ଵାରା ପତାକା ଉତ୍ତୋଳନ ତଥା ମସାଲ ପ୍ରଜ୍ଵଳିତ କରି କ୍ରୀଡ଼ା ଉତ୍ସବକୁ ଅନୁଷ୍ଠାନିକ ଭାବେ ଅୟମାରମ୍ଭ କରାଯାଇଥିଲା। କ୍ରୀଡ଼ା ଶିକ୍ଷକ ରଘୁନାଥ ପରିଡ଼ା, ଡ଼ଃ. ଶଙ୍କର୍ଷଣ ପ୍ରଧାନ, ପ୍ର. ଜିତେନ ଦାସଙ୍କ ତତ୍ଵାବଧାନରେ ୨ ଓ ୩ ର ଛାତ୍ରଛାତ୍ରୀମାନେ ସମସ୍ତ ସାତଟି ବିଭାଗରେ ଭାଗନେଇ କୃତିତ୍ଵ ହାସଲ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ପ୍ରମୁଖ ଯୋଗଦେଇ କ୍ରୀଡ଼ା ଉତ୍ସବଟିକୁ କରାଇଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ପାରା ଆଥଲେଟର ସ୍ବର୍ଣ୍ଣ ପଦକ ବିଜେତା ଜୟନ୍ତୀ ବେହେରା ମହାବିଦ୍ୟାଳୟର ଛାତ୍ରୀ ଭାବରେ ଯୋଗଦେଇଥିଲେ।
ଶେଷ ଦିନ ଅର୍ଥାତ ଗତକାଲି ଏହି ଉତ୍ସବର ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ସତ୍ୟବାଦୀ ବ୍ଲକ ଉନ୍ନୟନ ଅଧିକାରୀ ଲୋଚନ କୁମାର ଦାଶ, ସତ୍ୟବାଦୀ ଗୁରୁକୁଳର ଅନ୍ତର୍ଜାତୀକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କ୍ରୀଡ଼ା ପ୍ରଶିକ୍ଷକ ବିଷ୍ଣୁପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ କ୍ରୀଡାର ମହତ୍ଵ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ୨ ଓ ୩ ର ଛାତ୍ରଛାତ୍ରୀ ଜୟନ୍ତୀ ବେହେରା, ରୁଦ୍ରପ୍ରତାପ ଜେନା, ମାନସୀ ବେତାଲ ଏବଂ ବିଶ୍ଵଜିତ ନାୟକ ଚମ୍ପିଆନ ହୋଇଥିଲେ। ମହାବିଦ୍ୟାଳୟର ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନୋଜ କୁମାର ସାହୁ, ପ୍ରତିଭା ନନ୍ଦିନୀ ସ୍ଵାଇଁ, ବର୍ଷା ପ୍ରିୟଦର୍ଶିନୀ ସେଠୀ, ରଶ୍ମିତା ପଣ୍ଡା ପ୍ରମୁଖ ସେମାନଙ୍କ ନୃତ୍ୟଗୀତ କଳା ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଡ଼ଃ. ଶଙ୍କର୍ଷଣ ପ୍ରଧାନ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାଶେଷରେ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ରାଜକିଶୋର ପତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।